Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ଜଗନ୍ନାଥଙ୍କ ପାଖେ ଭୋଗ କରିଥିଲି: ଡ. ସୁଧୀର ଚନ୍ଦ୍ର ଜେନା

ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ଗ୍ରାମରେ ମୋର ଜନ୍ମ। ଶଂଶା ଦେବୀ ଓ ଦୈତାରୀ ଜେନାଙ୍କର ମୁଁ ହେଲି ଶେଷ ସନ୍ତାନ। ଗୋଟିଏ ନିମ୍ନ ମଧ୍ୟବିତ୍ତ ଓ ଚାଷୀ ପରିବାରର ପିଲା ଭାବରେ ମୋତେ ଜୀବନରେ ବହୁବିଧ ଆର୍ଥିକ ଓ ସାମାଜିକ ସଂଘର୍ଷର ସାମ୍‌ନା କରିବାକୁ ପଡ଼ିଥିଲା। ଏପରି କି ମାଟ୍ରିକ୍‌ ପାସ୍‌ କରିବା ପରେ ବାପା ମୋତେ ଆଉ ନ ପଢ଼ିବା ପାଇଁ କହୁଥିଲେ। କିନ୍ତୁ ମୋର ପାଠ ପଢ଼ିବାର ଆଗ୍ରହକୁ କେହି ରୋକିପାରି ନ ଥିଲେ। ଆର୍ଥିକ ଦୁରବସ୍ଥା ଭିତରେ ବି ବହୁ କଷ୍ଟରେ ମୁଁ ମୋର ପାଠପଢ଼ାକୁ ଜାରି ରଖି ଯାଜପୁରର ଏନ୍‌.ସି. କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ସାରିବା ପରେ ବାଣୀବିହାରରେ ପି.ଜି., ଏମ୍‌ଫିଲ୍‌ ଓ ପିଏଚ୍‌.ଡି. କରିଥିଲି। ସୌଭାଗ୍ୟକୁ ରାଜନୀତି ବିଜ୍ଞାନର ଅଧ୍ୟାପକ ଭାବେ ମୋର ପ୍ରଥମ ପୋଷ୍ଟିଂ ବି ସେହି ବାଣୀବିହାରରେ ହିଁ ହୋଇଥିଲା। ୭୦୦ ଟଙ୍କା ଥିଲା ମୋର ପ୍ରଥମ ଦରମା। ଜୀବନରେ ବହୁ କଷ୍ଟ ସହି ରୋଜଗାର କରିଥିବା ଏହି ଟଙ୍କା ମୋ ପାଇଁ ଅମୂଲ୍ୟ ଥିଲା। ତେଣୁ ସେହି ଟଙ୍କାରେ ମୁଁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଇଥିଲି। ତେବେ ବାଣୀବିହାର ପରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ୱରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ, ବାରିପଦାର ଏମ୍‌.ପି.ସି. ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟରେ କିଛି କିଛି ବର୍ଷ ଅଧ୍ୟାପନା କରିବା ପରେ ଏଇ କିଛିଦିନ ହେବ ପ୍ରଫେସର ଭାବେ ଚାକିରିରୁ ଅବସର ନେଇଛି। ଅବସର ପରେ ବି ମୋର ରାଜନୀତି ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା ସେମିତି ଜାରି ରଖିଛି। ଅଧ୍ୟାପନା ସହିତ ଲେଖାଲେଖିରେ ବି ମୋର ରୁଚି ରହିଛି। ୟା’ ଭିତରେ ଗବେଷଣା, ନିବନ୍ଧ, ସନ୍ଦର୍ଭ, ପ୍ରବନ୍ଧ ତଥା ରାଜନୀତି ବିଜ୍ଞାନ ସମ୍ପର୍କିତ ପାଠ୍ୟକ୍ରମକୁ ନେଇ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପୁସ୍ତକ ମୋର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶିତ ହୋଇସାରିଛି। ୧୯୯୭ ମସିହାରେ ମୋର ପ୍ରଥମ ପୁସ୍ତକ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଉନ୍ମୋଚିତ ହୋଇଥିଲା। ଶିକ୍ଷା ପ୍ରତି ନିବିଡ଼ତା ଓ ଗବେଷଣା ପ୍ରତି ଆଗ୍ରହ ପାଇଁ ମୁଁ ବିଭିନ୍ନ ଅନୁଷ୍ଠାନ ସହ ମଧ୍ୟ ଜଡ଼ିତ; ଯେମିତି କି ଭାରତୀୟ ସମାଜ ବିଜ୍ଞାନ ଏକାଡେମୀ, ରାଷ୍ଟ୍ରୀୟ ସମାଜ ବିଜ୍ଞାନ ପରିଷଦ, ଭାରତୀୟ ଲୋକ ପ୍ରଶାସନ ସଂସ୍ଥା, ଭାରତୀୟ ରାଜନୀତି ସମିତି, ଭାରତୀୟ ନାରୀ ଅଧ୍ୟୟନ ସମିତି, ଭାରତୀୟ ଗାନ୍ଧୀ ଅଧ୍ୟୟନ ସମିତି ଇତ୍ୟାଦି ଅନ୍ୟତମ। ସେହିପରି ଅନ୍ତର୍ଜାତୀୟ ଅଧ୍ୟୟନ ଓ ଗବେଷଣା ପାଇଁ ଭାରତ-ଆମେରିକା କେନ୍ଦ୍ରର ମୁଁ ହେଉଛି ଜଣେ ଆଜୀବନ ସଭ୍ୟ ଓ କର୍ମକର୍ତ୍ତା। ଏହାଛଡ଼ା ମୁଁ ମଧ୍ୟ ‘ଓଡ଼ିଶା ସମାଜ ବିଜ୍ଞାନ ପରିଷଦ’ର ଓଡ଼ିଶା ଶାଖାର ପ୍ରତିଷ୍ଠାତା। ମୋର ଏହି ଗବେଷଣା ନିଶା ଯୋଗୁ ମୁଁ ଅନେକ ସେମିନାରରେ ବି ମୁଖ୍ୟବକ୍ତା ଭାବେ ଆମନ୍ତ୍ରିତ ହୋଇଯାଇଛି। ଏତଦ୍‌ବ୍ୟତୀତ ସମାଜସେବା ଏବଂ ପରିବେଶ ସୁରକ୍ଷା ପାଇଁ ଅନେକ କାମ ମଧ୍ୟ କରିଛି; ଯେମିତିକି ନିଜ ଗାଁର କିଛି ଯୁବକ ଓ ପୁରାତନ ଛାତ୍ରୀଛାତ୍ରଙ୍କ ସହଯୋଗରେ ଏକ ଚାରିଟେବୁଲ ଟ୍ରଷ୍ଟ ଗଠନ କରି ଗାଁର ଅତି ଅଭାବୀ ପରିବାର ପାଇଁ ମାସିକ ପେନ୍‌ସନ୍‌ର ବ୍ୟବସ୍ଥା କରିବା ଏବଂ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ଇତ୍ୟାଦି କାର୍ଯ୍ୟ ଅନ୍ୟତମ। ଯେଉଁଥିପାଇଁ ମୋତେ ‘ଓ୍ବାଲର୍‌ଡ ଗ୍ରୀନ୍‌ ଡେ’ରେ ଦିଲ୍ଲୀରେ ପୁରସ୍କୃତ ବି କରାଯାଇଛି। କେବଳ ସମାଜସେବା ନୁହେଁ, ଗବେଷଣା ଓ ପ୍ରକାଶିତ ପୁସ୍ତକ ପାଇଁ ମଧ୍ୟ ମୁଁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇସାରିଛି। ଏପରିକି ଯୁବ ରେଡକ୍ରସ୍‌ର ଜଣେ ପରାମର୍ଶଦାତା ଭାବେ ୨୦୧୫-୧୬ ଶିକ୍ଷାବର୍ଷରେ ସର୍ବଶ୍ରେଷ୍ଠ କୃତ୍ତିତ୍ୱ ପାଇଁ ମୁଁ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଛି, ଯାହା ମୋ ପାଇଁ ଅତି ଖୁସିର କଥା ଥିଲା। ତେବେ ମୋ ଜୀବନରେ କିଛିଟା ସ୍ବପ୍ନ ରହିଛି; ଯେମିତିକି ନିଜ ଗାଁରେ ଏକ ଗାନ୍ଧୀ ଭବନର ପ୍ରତିଷ୍ଠା କରିବା, ଦୁର୍ନୀତିମୁକ୍ତ ସମାଜ ସାଙ୍ଗକୁ ଏକ ସବୁଜିମାଭରା ଗ୍ରାମାଞ୍ଚଳ ଗଢ଼ିବା। ଏଥିସହିତ ଶେଷଜୀବନ ନିଜ ଗାଁରେ କଟାଇବା।
-ନମିତା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri