Posted inଫୁରସତ

ପ୍ରଥମ ରୋଜଗାର: ପ୍ରଥମ ଦରମାକୁ ତିନିମାସ ଖର୍ଚ୍ଚ କରିଥିଲି

ଗଞ୍ଜାମ ଜିଲା ଧରାକୋଟରେ ମୋ ଜନ୍ମ। ସାତ ଭାଇଭଉଣୀ (୫ ଭାଇ ଓ ୨ ଭଉଣୀ) ମଧ୍ୟରେ ମୁଁ ସବା ସାନ। ତେଣୁ ବ୍ରହ୍ମପୁରରୁ ସ୍କୁଲ୍‌ ଶିକ୍ଷା ସାରି ରାଉରକେଲାରେ ଥିବା ବଡ଼ ଭାଇଙ୍କ ପାଖକୁ ଉଚ୍ଚଶିକ୍ଷା ପାଇଁ ଯାଇଥିଲି। ସେଠାରେ ଇଭିନିଂ କଲେଜରେ ପାଠପଢ଼ିବା ସହ ଅଟୋ ଇଣ୍ଡିଆ ନାମକ ଏକ କମ୍ପାନୀରେ ଅଫିସିଆଲ୍‌ ଷ୍ଟାଫ୍‌ ଭାବେ କାମ କରିବା ଆରମ୍ଭ କଲି। ସେତେବେଳେ ଏହି କମ୍ପାନୀ ତରଫରୁ ତିନିମାସକୁ ଥରେ ଦରମା ମିଳୁଥିଲା। କାମ କରିବାର ତିନିମାସ ପରେ ମୋତେ ଯେବେ ୪୫୦ ଟଙ୍କା ଦରମା ମିଳିଲା, ସେଦିନ ମୋ ଖୁସି କହିଲେ ନସରେ। ପାଖାପାଖି ୭/୮ ଦିନ ପର୍ଯ୍ୟନ୍ତ ଟଙ୍କାକୁ ମୁଁ ଖାଲି ଦେଖିକି ପୁଣି ପକେଟ୍‌ ଭିତରେ ରଖି ଦେଉଥିଲି। ଆଦୌ ଖର୍ଚ୍ଚ କରୁ ନ ଥିଲି। ୮ ଦିନ ପରେ ଫିଲ୍ମ ଦେଖିବାକୁ ଇଚ୍ଛା ହେବାରୁ ଏଥିରୁ କିଛି ଟଙ୍କା ନେଇ ଫିଲ୍ମ ଦେଖିବାକୁ ଯାଇଥିଲି। ଆଉ ଯାହା ଟଙ୍କା ବଳିଥିଲା ତାକୁ ଅଳ୍ପ ଅଳ୍ପ କରି ତିନି ମାସ ପର୍ଯ୍ୟନ୍ତ ଖର୍ଚ୍ଚ କରିଥିଲି। ପ୍ରାୟ ବର୍ଷେ ଏଠି କାମ କରିବା ପରେ ସେ ଚାକିରି ଛାଡିଦେଲି। କାରଣ ଥିଲା ନାଟକ ପ୍ରତି ମୋର ଦୁର୍ବଳତା। ପିଲାଟି ଦିନରୁ ନାଟକ ସହ ମୁଁ ଓତଃପ୍ରୋତ ଭାବରେ ଜଡ଼ିତ। କହିବାକୁ ଗଲେ ମୋ ଘର ହିଁ ଥିଲା ନାଟକର ଏକ ଦୁନିଆ। ମୋ ବାପା ଜଣେ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ଏବଂ ମୋ ବଡ଼ଭାଇ ଡ. ରମେଶ ପ୍ରସାଦ ପାଣିଗ୍ରାହୀ ଓଡ଼ିଶାର ଜଣେ ଲୋକପ୍ରିୟ ନାଟ୍ୟକାର। ତା’ଛଡା ମୋର ସବୁ ଭାଇମାନେ ମଧ୍ୟ ଥିଏଟର୍‌ ସହ ଜଡିତ ଥିଲେ। ତେଣୁ ମୁଁ ବି ପିଲାଦିନରୁ ଏହି ନାଟକର ମାୟାରେ ପଡ଼ିଯାଇଥିଲି। କେବଳ ଏହି ଗୋଟିଏ ଚାକିରି ନୁହେଁ ପ୍ରାୟ ୭/୮ଟି ଚାକିରି ନାଟକ ପାଇଁ ଛାଡିଛି। ଏହା ପଛରେ ମୁଖ୍ୟ କାରଣ ହେଉଛି ସମୟ ଅଭାବରୁ ଚାକିରି ଓ ନାଟକ ମଧ୍ୟରେ ସାମଞ୍ଜସ୍ୟ ରଖି ନ ପାରିବା। ତେବେ ସେ ଯାହା ହେଉ ଇଭିନିଂ କଲେଜରେ ପଢ଼ି ମୁଁ ଓଡ଼ିଆ ସମ୍ମାନରେ ସ୍ନାତକ ପାସ୍‌ କରିବା ସହ ଦିଲ୍ଲୀରେ ତିନି ମାସ ନାଟକରେ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ବିଧିବଦ୍ଧ ତାଲିମ୍‌ ବି ନେଇଥିଲି। ଏଥିସହିତ ରାଉରକେଲାରେ ‘ରଙ୍ଗମଞ୍ଚ’ ନାମରେ ନିଜର ଏକ ନାଟ୍ୟସଂସ୍ଥା ମଧ୍ୟ କଲି। ବାସ୍‌ ସେବେଠାରୁ ମୁଁ ଆଉ ପଛକୁ ଫେରି ଚାହିଁନି। ନିଜ ନାଟ୍ୟସଂସ୍ଥା ସହ ଓଡ଼ିଶାର ଅନେକ ନାମୀଦାମୀ ନାଟ୍ୟସଂସ୍ଥାରେ ବି କାମ କରିଛି। ୟା’ ଭିତରେ ମୁଁ ପ୍ରାୟ ୨୭୦ରୁ ଉର୍ଦ୍ଧ୍ୱ ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ଦେଇଛି। ସେହିପରି ମୋ ଲିଖିତ ୧୧ଟି ନାଟକ ମଞ୍ଚରେ ପରିବେଷଣ ହୋଇ ଦର୍ଶକଙ୍କର ଅନେକ ପ୍ରଶଂସା ବି ସାଉଁଟିଛି। ତେବେ ମୋ ଅଭିନୀତ କେତୋଟି ପ୍ରମୁଖ ନାଟକ ମଧ୍ୟରେ ରହିଛି : ଶେଷ ପାହାଚ, ଏ ଜୀବ ଭ୍ରମେ ଅକାରଣେ, ମନ ତୋହର ନିଜ ଗୁରୁ, କିମ୍ବଦନ୍ତୀ, ଗୋଟିଏ ବୃତ୍ତ ଆଙ୍କିବାର ସହଜ ପ୍ରଣାଳୀ, ହାତୀକୁ ହୋମିଓପାଥି, ପାର୍ଥ, ଅଙ୍କୁରୋଦ୍ଗମ୍‌, ଶୁଣ ପରୀକ୍ଷ ଦଣ୍ଡଧାରୀ ଇତ୍ୟାଦି। ସେହିପରି ମୋ ଲିଖିତ ନାଟକ ମଧ୍ୟ ରହିଛି: ସୁପ୍ତ ଆକାଶର ଜହ୍ନ, ପୃଥିବୀ, ଅନ୍ଧାର ବନ୍ୟାରେ ସନ୍ତରଣ, ଅଥଚ ଆମେ କ୍ରିତଦାସ ଏବଂ ଆସନ୍ନ, ମାଇଲ୍‌ଖୁଣ୍ଟ, ନର ବାନର, ସତ୍ୟମେବ ଜୟତେ, କାନ୍ଥ ସେପଟେ ଇତ୍ୟାଦି। କେବଳ ସେତିକି ନୁହେଁ, ମୋ ନିର୍ଦ୍ଦେଶିତ ଅନେକ ନାଟକ ନ୍ୟାଶନାଲ୍‌ ଥିଏଟର୍‌ ଫେଷ୍ଟିଭାଲ୍‌ରେ ପରିବେଷଣ ହୋଇ ବହୁଥର ପ୍ରଥମ ପୁରସ୍କାର ମଧ୍ୟ ପାଇଛି। ଆଉ ମୋତେ ବି ବିଭିନ୍ନ ସଂସ୍ଥା ତରଫରୁ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ଭାବେ ବହୁ ପୁରସ୍କାର ଓ ସମ୍ମାନ ମିଳିଛି। ତେବେ ନାଟକ ଦୁନିଆ ଛଡ଼ା ମୁଁ ଦୂରଦର୍ଶନ ତଥା କେତେକ ଘରୋଇ ଚ୍ୟାନେଲ୍‌ ତରଫରୁ ପ୍ରସାରିତ ମେଗା ଧାରାବାହିକରେ ମଧ୍ୟ ଅଭିନୟ କରିଛି। ଯେମିତିକି: ଭାବଗ୍ରାହୀ, ଗାଁ, ବାପା, ପରିଚୟ, କିଏ ସାତ କିଏ ସତର, ଇନ୍ଦ୍ରଜାଲ, ଅଖ ବୁଲୁଥିଲେ ଚକ ବୁଲୁଥାଇ, ଗାୟତ୍ରୀ, କେମିତି ଏ ବନ୍ଧନ, ରାଜକନ୍ୟା, କାହାଣୀ ଆମ ଘରର, ପୁଣ୍ୟର ନଦୀ ତୀରେ ଇତ୍ୟାଦି। ଅନ୍ୟପକ୍ଷେ ୫ଟି ଓଡ଼ିଆ ଚଳଚ୍ଚିତ୍ର ଓ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ରରେ ବି ଅଭିନୟ କରିବାର ସୁଯୋଗ ପାଇଛି। ଏହାଛଡ଼ା ସମ୍ବଲପୁର ଅଲ୍‌ ଇଣ୍ଡିଆ ରେଡିଓ ତରଫରୁ ଅଭିନେତା ଓ କଣ୍ଠଶିଳ୍ପୀ ଭାବେ ମୋତେ ସ୍ବୀକୃତି ମଧ୍ୟ ମିଳିଛି। ତେଣୁ ଜୀବନରେ ଯାହା ବି ସଫଳତା ପାଇଛି ସେଥିପାଇଁ ମୋର ଉଦ୍ୟମ, ପରିବା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri