ରାଜ୍ୟରେ ପ୍ରଥମ: ହାଇସ୍କୁଲ ଛାତ୍ରୀଛାତ୍ର ପାଇବେ ମାଗଣା ଖାଦ୍ୟ,ପୋଷାକ

କେନ୍ଦୁଝର,୨୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପ୍ରଥମ ଥର ପାଇଁ ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ମାଗଣା ପୋଷାକ ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ଜିଲାର ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ପାଖାପାଖି ୫୦ ହଜାର ଛାତ୍ରୀଛାତ୍ର ଏହି ସୁବିଧା ପାଇବେ। ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ବାର୍ଷିକ ହାରାହାରି ୨୨ କୋଟି ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ମଙ୍ଗଳବାର ଜିଲାପାଳ ଆଶୀଷ ଠାକ୍‌ରେ ଏକ ସ୍ବତନ୍ତ୍ର ସଭାରେ ଏହି ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି। ରାଜ୍ୟରେ ଏଭଳି ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ମାଗଣାରେ ପୋଷାକ ବଣ୍ଟନ ଓ ମଧ୍ୟାହ୍ନ ଭୋଜନ ପ୍ରଦାନ ରାଜ୍ୟରେ ପ୍ରଥମ ବୋଲି କୁହାଯାଇଛି। ଜାତୀୟ ଶିକ୍ଷା ନୀତି ୨୦୧୯ ଆଧାରରେ ଏହା ଦିଆଯାଉଛି।