ଭାରତରେ ପ୍ରଥମ:ସବୁଜ ହାଇଡ୍ରୋଜେନ ବ୍ୟବହାର କଲା ଜିନ୍ଦଲ ଷ୍ଟେନ୍‌ଲେସ

କଳିଙ୍ଗନଗର,୫ା୩(ଶୁଭାଶିଷ ରାଉତ ):ଜିନ୍ଦଲ ଷ୍ଟେନ୍‌ଲେସ (ଜେଏସ୍‌ଏଲ) ସୋମବାର ହରିୟାଣାର ହିସାରରେ ଥିବା ଷ୍ଟେନ୍‌ଲେସ ଷ୍ଟିଲ ପ୍ଲାଣ୍ଟରେ ସବୁଜ ହାଇଡ୍ରୋଜେନର ପ୍ରଥମ ବ୍ୟବହାର ଆରମ୍ଭ କରିଛି ା ସ୍ଥିରତା ପ୍ରତି ପ୍ରତିବଦ୍ଧତା ଏବଂ ନେଟ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଭାରତର ଲକ୍ଷ୍ୟ ଅନୁଯାୟୀ ଉଦ୍ୟମ ଆରମ୍ଭ କରିଛି । ନିରନ୍ତର ବିକାଶ ଦିଗରେ କମ୍ପାନୀର ପ୍ରତିବଦ୍ଧତା ଏବଂ ଭାରତର ନେଟ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଏହା ସହାୟକ ହେବ। ଇସ୍ପାତ୍‌ ମନ୍ତ୍ରଣାଳୟର ଶାସନ ସଚିବ ନାଗେନ୍ଦ୍ର ନାଥ ସିହ୍ନା, ଜିନ୍ଦଲ ଷ୍ଟେନ୍‌ଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ଓ ହାଇଜେନକୋ ଗ୍ରୀନ ଏନର୍ଜି (ବୈଷୟିକ ସହଭାଗୀ)ର ସିଇଓ ଅମିତ ବଂଶଲଙ୍କ ଉପସ୍ଥିତିରେ ଇସ୍ପାତ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ଏହାର ଉଦ୍‌ଘାଟନ କରିଛନ୍ତି। ଏହି ପଦକ୍ଷେପକୁ ପ୍ରଶଂସା କରି କେନ୍ଦ୍ର ଇସ୍ପାତ୍‌ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆ କହିଛନ୍ତି, ଷ୍ଟେନଲେସ ଷ୍ଟିଲ କ୍ଷେତ୍ରରେ ଭାରତର ପ୍ରଥମ ସବୁଜ ହାଇଡ୍ରୋଜେନ କାରଖାନା ଆରମ୍ଭ କରିଥିବାରୁ ମୁଁ ଉଭୟ ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ ଏବଂ ହାଇଜେନକୋକୁ ଅଭିନନ୍ଦନ ଜଣାଉଛି । ଏହି ସବୁଜ ହାଇଡ୍ରୋଜେନ ପଦକ୍ଷେପ ଇସ୍ପାତ୍‌ କ୍ଷେତ୍ରକୁ ଅଧିକ ସବୁଜ ଏବଂ ସ୍ଥାୟୀ କରିବ । ୨୦୭୦ ସୁଦ୍ଧା ନେଟ ଜିରୋ ନିର୍ଗମନ ଲକ୍ଷ୍ୟ ହାସଲ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁରଦୃଷ୍ଟି ଅନୁଯାୟୀ ଇସ୍ପାତ କ୍ଷେତ୍ର ଏକ ସବୁଜ ଭବିଷ୍ୟତ ପାଇଁ ନବୋନ୍ମେଷ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି ।
ଏହି ପ୍ରକଳ୍ପକୁ ନେଇ ଆଶାବାଦୀ ଥିବା ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ସଷ୍ଟେନେବଲିଟି ପାଇଁ ଆମର ପ୍ରତିବଦ୍ଧତା ଏହି ପାଇଲଟ ପ୍ରୋଜେକ୍ଟରୁ ଊଦ୍ଧର୍‌ବରେ। ଏହା କେବଳ ଆରମ୍ଭ ମାତ୍ର; ଷ୍ଟେନ୍‌ଲେସ ଷ୍ଟିଲ ଉତ୍ପାଦନର ଅନ୍ୟାନ୍ୟ ପ୍ରକ୍ରିୟାରେ ସଫଳ ପ୍ରୟୋଗକୁ ଦୃଷ୍ଟିରେ ରଖି ଆମେ ଏହାକୁ ବଢ଼ାଇବୁ। ଆମେ ଅନୁଭବ କରୁ ଯେ ସଷ୍ଟେନେବିଲିଟି କେବଳ ଏକ ଲକ୍ଷ୍ୟ ନୁହେଁ, ବରଂ ଏକ ଯାତ୍ରା, ଯାହା ନିରନ୍ତର ପ୍ରୟାସ ଏବଂ ନୂତନତ୍ୱ ଆବଶ୍ୟକ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?