ଦିଲ୍ଲୀ ବିଚାରବିଭାଗ ସେବା ପରୀକ୍ଷାରେ ପ୍ରଥମ

କେନ୍ଦୁଝର,୨୭ା୩(ସ୍ବ.ପ୍ର.):ଦେଶର ରାଜଧାନୀ ନୂଆଦିଲ୍ଲୀରେ କେନ୍ଦୁଝର ଜିଲାର ଆଦିବାସୀ ଝିଅ କୃତିତ୍ୱ ଅର୍ଜନ କରିଛନ୍ତି। କେନ୍ଦୁଝର ଜିଲା ସଦର ବ୍ଲକ୍‌ର ରାଜବନ୍ଧ ଗ୍ରାମର ଝିଅ ତୁହିନା ମାର୍ଡି ଦିଲ୍ଲୀ ଜୁଡିସିଆଲ ସର୍ଭିସ (ଡିଜେଏସ) ପରୀକ୍ଷାରେ ଅନୁସୂଚିତ ଜାତି ବର୍ଗରେ ପ୍ରଥମ ସ୍ଥାନ ଗ୍ରହଣ କରି ଜିଲା ପାଇଁ ଗୌରବ ଆଣିଛନ୍ତି। ସେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପକ୍ଷରୁ କରାଯାଇଥିବା ଡିଜେଏସ ପରୀକ୍ଷା ୨୦୨୨ ରେ ପରୀକ୍ଷା ଦେଇଥିଲେ।
ଜିଲା ନାଲକୋ ନଗରରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲରୁ ୨୦୦୯ରେ ପାସ କରିଥିବା ବେଳେ ନ୍ୟାସନାଲ ଲ କଲେଜ କଟକରେ ବିବିଏ-ଏଲଏଲବିରେ ୨୦୧୪ରେ ପାସ କରିଥିଲେ। ପରେ ଇନସୋଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ଟସି ବୋର୍ଡ ଅଫ ଇଣ୍ଡିଆରେ ଗ୍ରୁପ ବି ମ୍ୟାନେଜର ଭାବରେ ଚାକିରି ଆରମ୍ଭ କରିଥିଲେ। ତାଙ୍କ ବାପା ସୁନାରାମ ମାର୍ଡି ଜଣେ ଅବସରପ୍ରାପ୍ତ ପବ୍ଲିକ ସେକ୍ଟର କମ୍ପାନୀର ଅଧିକାରୀ ହୋଇଥିବା ବେଳେ ସେ ଛଅ ବର୍ଷ ବୟସରେ ମା’ଙ୍କୁ ହରାଇଥିଲେ। ସୁନାରାମଙ୍କ ଦୁଇ ପୁଅ ଥିବା ବେଳେ ତୁହିନା ଏକ ମାତ୍ର ଝିଅ ଅଟନ୍ତି। କୃତକାର୍ଯ୍ୟ ଖବର ପାଇବା ପରେ ଅତ୍ୟନ୍ତ ଖୁସି ଥିବା ତୁହିନା କହିଛନ୍ତି। ଗତ ୬ ମାସ ହେଲା ପରିଶ୍ରମ କରି ପାଠ ପଡ଼ିବା ପରେ ଏହି ସଫଳତା ପାଇଲି। ପ୍ରଥମ ଥର ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛି। ଦିଲ୍ଲୀ କର୍ମସ୍ଥଳ ହେଲେ ମଧ୍ୟ ମୋର ବାପା ଓ ଓଡ଼ିଶାକୁ ଛାଡ଼ିପାରିବି ନାହିଁ। ପରିବାର ଲୋକ, ଶୁଭେଛୁମାନଙ୍କ ଆଶୀର୍ବାଦ ଯୋଗୁ ସଫଳତା ପାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri