ପ୍ରଥମଥର ପାଳିତ ହେଲା ବ୍ଲକସ୍ତରୀୟ ସ୍ବାଧୀନତା ଦିବସ: ଅଞ୍ଚଳର ବିକାଶ ପାଇଁ ବାର୍ତ୍ତା ବାଣ୍ଟିଲେ ବିଡିଓ-ତହସିଲଦାର

ପୁରୁଷୋତ୍ତମପୁର,୧୫ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭାରତ ସ୍ବାଧୀନ ହେବାର ଦୀର୍ଘବର୍ଷ ପରେ ଚଳିତବର୍ଷ ପ୍ରଥମଥର କରି ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ଏନ୍‌ଡି ହାଇସ୍କୁଲ ପରିସରରେ ପାଳିତ ହୋଇଛି। ଏଥିଲାଗି ସହରବାସୀଙ୍କ ମଧ୍ୟରେ ଏକ ଉସାହ ଦେଖାଦେଇଛି। ତହସିଲଦାର ବିନୋଦ କୁମାର ବେହେରା ଅଞ୍ଚଳର ବିକାଶ ଓ ଭାଇଚାରା ପ୍ରତିଷ୍ଠାର ଲକ୍ଷ୍ୟ ରଖି ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି କରି ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରି ଅଞ୍ଚଳରେ ଇତିହାସ ସୃଷ୍ଟି କରିଛନ୍ତି। ବରିଷ୍ଠ ନାଗରିକ ସଂଘର ସଂପାଦକ ପ୍ରଫୁଲ୍ଲ କୁମାର ରଥଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ୭୯ ତମ ସ୍ବାଧୀନତା ଦିବସରେ ତହସିଲଦାର ବିନୋଦ କୁମାର ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଡିଓ ଶରତ କୁମାର ପାତ୍ର, ମୁଖ୍ୟବକ୍ତା ଭାବେ ଏନ୍‌ଏସି ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା ଯୋଗଦେଇ ଏଭଳି କାର୍ଯକ୍ରମ ପ୍ରତିବର୍ଷ ପାଳନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏଥିସହିତ ଅଞ୍ଚଳର ବିକାଶ ପାଇଁ ବାର୍ତ୍ତା ବାଣ୍ଟିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନ୍‌ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ବ୍ଲକ ଶିକ୍ଷାଧିକାରୀ କିଶୋର କୁମାର ବେହେରା, ସିଡିପିଓ ଲଳିତା ମଲ୍କିକ, କମିଟିର ସମ୍ପାଦକ ଅବସରପ୍ରାପ୍ତ ଶିକ୍ଷକ ରାଜଗୋପାଳ ରାଓ, କୋଷାଧ୍ୟକ୍ଷ ୟୁନିୟନ ବ୍ୟାଙ୍କ ମ୍ୟାନେଜର ରୂପେଶ କୁମାର ରଥ, ଉପସଭାପତି ବୃନ୍ଦାବନ ଡାକୁଆ, ସହସମ୍ପାଦକ ଅରୁଣ କୁମାର ଗୌଡ଼ ଯୋଗଦେଇଥିଲେ।

ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ସ୍କାଉଟ୍‌ ଗାଇଡ୍‌ କ୍ୟାଡେଟ୍‌ମାନେ ଯୋଗ ଦେଇ ପରେଡ୍‌ ପ୍ରଦର୍ଶନ କରିଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଛାତ୍ରୀଛାତ୍ରକଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥିଲା। ଏଥିରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଆଇନଜୀବୀ ବ୍ୟବସାୟୀ ଓ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନର କର୍ମଚାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

କନ୍ୟା ରାଶିରେ ସୂର୍ଯ୍ୟଙ୍କ ଏଣ୍ଟ୍ରି: ମାସେ ଯାଏ ୫ ରାଶିଙ୍କୁ ଫାଇଦା ହିଁ ଫାଇଦା, ମାଲାମାଲ ହେବେ…

ନବଗ୍ରହଙ୍କ ମଧ୍ୟରେ ରାଜାର ପଦବୀ ପାଇଥିବା ସୂର୍ଯ୍ୟଦେବ ୧୭ ସେପ୍ଟେମ୍ୱରରେ ନିଜର ମିତ୍ର ଗ୍ରହ ବୁଧଙ୍କ ରାଶି କନ୍ୟାରେ ପ୍ରବେଶ କରିସାରିଛନ୍ତି। ସେ ୧୭ ଅକ୍ଟୋବର ୨୦୨୬…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?