Categories: ବାଣିଜ୍ୟ

ବ୍ୟାପାର ଓଡ଼ିଶାର ପ୍ରଥମ ସଂସ୍କରଣ ଉଦଯାପିତ

ନୂଆଦିଲ୍ଲୀ,୩୦।୪: ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନସ (ଏଫଏଡିଏ)ର ଓଡିଶା ଶାଖା ପକ୍ଷରୁ ନିକଟରେ ବ୍ୟାପାର ଓଡ଼ିଶାର ପ୍ରଥମ ସଂସ୍କରଣ ର ଆୟୋଜନ କରାଯାଇଥିଲା। ଏପରିକି ଫାଡାର ବାର୍ଷିକ ଅଟୋମୋବାଇଲ ଡିଲରମାନଙ୍କର ବୈଠକ ‘ବ୍ୟାପାର’ର ଚତୁର୍ଦ୍ଦଶ ସଂସ୍କରଣ ମଧ୍ୟ ଓଡିଶାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଦିନିକିଆ କର୍ମଶାଳା ‘ହ୍ବିଲସ ଅଫ ଓଡ଼ିଶା’ଶୀର୍ଷକ ବିସ୍ତୁ ଉପରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା।ଅପରପକ୍ଷରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଅଟୋମୋବାଇଲ ଡିଲର ଶିଳ୍ପ ଏକ ଗତିଶୀଳ ଓ ଅଭିବୃଦ୍ଧିଶୀଳ ଶିଳ୍ପ ଏବଂ ରାଷ୍ଟ୍ରର ଅର୍ଥନୈତିକ ପରିବ୍ୟବସ୍ଥାରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇଛି। ଏହି ବ୍ୟବସ୍ଥାରେ ଡିଲରମାନେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇଛନ୍ତି। ଓଡ଼ିଶାର ଡିଲରଗଣ ରାଜ୍ୟ ପାଇଁ ରାଜସ୍ବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଦୃଷ୍ଟିରୁ ଉଲ୍ଲେଖନୀୟ ଅବଦାନ ରଖି ଆସୁଛନ୍ତି। ସେହିଭଳି ଫାଡାର ସଭାପତି ମନିଶ ରାଜ ସିଂଘାଣିଆ କହିଥିଲେ, ଓଡ଼ିଶାରେ ‘ହ୍ବିଲସ ଅଫ ଓଡ଼ିଶା’ ଶୀର୍ଷକ ବିଷୟକୁ ନେଇ ବ୍ୟାପାର ସମ୍ମିଳନୀର ଚତୁର୍ଦ୍ଦଶ ସଂସ୍କରଣ ଆୟୋଜନ ପାଇଁ ଆମେ ବେଶ ଆନନ୍ଦିତ। ଓଡ଼ିଶା ରାଜ୍ୟ ଯାନବାହନ ଶିଳ୍ପ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇଛି। ଓଡ଼ିଶାରେ ଏହା ପ୍ରଥମ ବ୍ୟାପାର ସମ୍ମିଳନୀ ଥିଲା ଏବଂ ଏଠାରେ ଆମେ ଯେଉଁଭଳି ଆଗ୍ରହ ଲକ୍ଷ୍ୟ କରିଛୁ, ତାହା ଉଲ୍ଲେଖନୀୟ। ଏହା ଆମକୁ ରିଟେଲ ଅଟୋମୋବାଇଲ ଶିଳ୍ପରେ ପୁନଃ ଶକ୍ତି ସଞ୍ଚରଣ କରିବା ଏବଂ ଆମ ଶିଳ୍ପର ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ ତଥା ସୂଚିତ ରଖିବାକୁ ଏହିଭଳି ଅନେକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଅଶେଷ ପ୍ରେରଣା ଦେଇଛି। ସେହିପରି ଫାଡାର ରାଜ୍ୟ ଚେୟାରପର୍ସନ ପ୍ରଦୀପ ଅଗ୍ରୱାଲ କହିଥିଲେ, ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ୟାପାରର ଆୟୋଜନ କରି ଆମେ ନିଜକୁ ଗୌରବାନ୍ବିତ ମନେ କରୁଛୁ। ଏପରିକି ଶିଳ୍ପ ବିଶେଷଜ୍ଞଙ୍କ ସହିତ ଯୋଡି ହେବା ଏବଂ ସେମାନଙ୍କ ଅଭିଜ୍ଞତାରୁ ଜାଣିବା ସକାଶେ ରାଜ୍ୟର ଅଟୋମୋବାଇଲ ଡିଲରମାନଙ୍କ ନିମନ୍ତେ ଏହା ଏକ ଚମତ୍କାର ସୁଯୋଗ ଆଣି ଦେଇଛି। ଏପରିକି ଫାଡା ରାଜ୍ୟର ଅଟୋମୋବାଇଲ ଶିଳ୍ପ ସହିତ ସମ୍ପୃକ୍ତ ସମୁଦାୟଙ୍କୁ ଆଗେଇ ନେଇ ଏହାକୁ ପରିବର୍ତ୍ତନଶୀଳ ଶିଳ୍ପ ଦୃଶ୍ୟପଟ୍ଟ ସହିତ ସମକକ୍ଷ କରିବା ନିମନ୍ତେ ପ୍ରତିବଦ୍ଧ ରହିଛି।

Share