Posted inଫୁରସତ

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର: ବିଶିଷ୍ଟ ଗୀତିକାର ବସନ୍ତ ରାଜ୍‌ ସାମଲ

ଜଣେ ଗୀତିକାର ହିସାବରେ କ୍ୟାରିୟର୍‌ ଆରମ୍ଭ କରିବା ପୂର୍ବରୁ ବସନ୍ତ ରାଜ୍‌ ପ୍ରଥମେ ଭୁବନେଶ୍ୱର ଆସି ପିଲାଙ୍କୁ ଟ୍ୟୁଶନ କରିବା ଆରମ୍ଭ କରିଥିଲେ। ତା’ପରେ ପ୍ରେସ୍‌ ଲାଇନ୍‌ରେ କାମ କଲେ। ‘ଖବରକାଗଜ’ ନାମକ ଏକ ଦୈନିକ ଖବରକାଗଜ ସହିତ ‘ଟ୍ୟୁଚ୍‌ଜ ଡେ’ ନାମକ ଏକ ସାପ୍ତାହିକ ପତ୍ରିକାରେ ବେଶ୍‌ କିଛିଦିନ କାମ କରିବା ପରେ ‘ଧରିତ୍ରୀ’ ଖବରକାଗଜରେ କାମ କରିବାର ସୁଯୋଗ ପାଇଲେ। ପ୍ରୁଫ୍‌ ରିଡିଂରୁ ଆରମ୍ଭ କରି ଗପ, କବିତା ଲେଖିବା, ଫିଲ୍ମ ନ୍ୟୁଜ୍‌ କରିବା, ବ୍ୟକ୍ତିତ୍ୱ କରିବା ସହିତ କୃଷି ପୃଷ୍ଠା ପାଇଁ ଆର୍ଟିକିଲ୍‌ ଲେଖିବାରେ ବି ତାଙ୍କର ରହିଥିଲା ବେଶ୍‌ ଦକ୍ଷତା। ସଂକ୍ଷେପରେ କହିବାକୁ ଗଲେ ସେ ଥିଲେ ଜଣେ ଅଲ୍‌ରାଉଣ୍ଡର୍‌। ଗୋଟେ ପଟେ ଖବରକାଗଜ ପାଇଁ କାମ କରୁଥିଲେ ଅନ୍ୟପଟେ ଗୀତ ଲେଖାଲେଖି ବି କରୁଥିଲେ। ପିଲାବେଳୁ ରେଡ଼ିଓରେ ଗୀତ ଶୁଣିବାର ଅଭ୍ୟାସ ହିଁ ତାଙ୍କୁ ପ୍ରେରଣା ଦେଇଥିଲା ଗୀତ ଲେଖିବାକୁ। ତାଙ୍କ ଲିଖିତ ଭଜନ ହେଉ ବା ଆଧୁନିକ ଗୀତକୁ ଯିଏ ପଢ଼ୁଥିଲେ, ସିଏ ପ୍ରଶଂସା କରିବାକୁ ପଛାଉ ନଥିଲେ। ଏମିତିରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ସହ ତାଙ୍କର ପରିଚୟ ହେଲା। ଆଉ ସେ ହିଁ ଏକ ଶିବ ଭଜନ କ୍ୟାସେଟ୍‌ ପାଇଁ ୬ଟି ଗୀତ ଲେଖିବାକୁ ପ୍ରଥମେ ତାଙ୍କୁ ସୂଯୋଗ ଦେଇଥିଲେ; ଯେଉଁଥିପାଇଁ ତାଙ୍କୁ ୩୦୦ ଟଙ୍କା ପାରିଶ୍ରମିକ ବି ମିଳିଥିଲା। ଏହି ଟଙ୍କା ପୂର୍ବ ଉପାର୍ଜିତ ଟଙ୍କା ପରି ଦୈନନ୍ଦିନ ଚଳିବା, ନୂଆ ଡ୍ରେସ୍‌ କିଣିବା ଆଉ ସିନେମା ଦେଖିବାରେ ତାଙ୍କର ଖର୍ଚ୍ଚ ହୋଇଥିଲା। କାରଣ ସେତେବେଳେ ୩୦୦ ଟଙ୍କାର ମୂଲ୍ୟ ଢେର୍‌ ଥିଲା। କିନ୍ତୁ ଉକ୍ତ କ୍ୟାସେଟ୍‌ଟି ସେତେ ଭଲ ବିଜ୍‌ନେସ୍‌ କରି ପାରି ନଥିଲା। ତା’ପରେ ସେ ଜେଇ କ୍ୟାସେଟ୍‌ ପାଇଁ ଗୋଟିଏ ଭଜନ ଲେଖିଲେ; ସେଇଟା ବି ସେତେ ମାଇଲେଜ୍‌ ନେଲାନାହିଁ। ତଥାପି ତାଙ୍କର ମନୋବଳ ସେମିତି ଦୃଢ଼ ଥାଏ। ତା’ପରେ ତାଙ୍କ ପାଖକୁ ଆଉ ଦୁଇଟି ଭଜନର ଅଫର୍‌ ଆସିଲା। ଗୋଟିଏ ଥିଲା ‘ମାଠିଆ ମୋ ଭାଙ୍ଗିଦେଲା କଳାକାହ୍ନୁ ବଡ଼ ଦଗାଦିଆ…’ ଏବଂ ଅନ୍ୟଟି ‘ମୋତେ ଚନ୍ଦନ ପାଣିରେ ଗୋଧୋଇ ଦିଅଲୋ ମୁଁ କାଳିଆ ପାଖକୁ ଯାଉଛି…’। ଏହି ଦୁଇଟି ଭଜନ ଏତେ ହିଟ୍‌ ହେଲା ଯେ, ତା’ ପରଠୁ ତାଙ୍କୁ ଲଗାତାର ଅଫର୍‌ ମିଳିଚାଲିଲା ଆଉ ସିଏ ଗୋଟିଏ ପରେ ଗୋଟିଏ ହିଟ୍‌ ଭଜନ ଶ୍ରୋତାଙ୍କୁ ଭେଟି ଦେଇ ଚାଲିଲେ। କାମର ଚାପ ବଢ଼ିବାରୁ ସିଏ ବାଧ୍ୟ ହୋଇ ପ୍ରେସ୍‌ ଲାଇନ୍‌ ଛାଡ଼ି ଗୀତିକାର ଜୀବନକୁ ଉଭୟ ନିଶା ଓ ପେସା କରିଦେଲେ। ଭଜନ ସହିତ ଆଧୁନିକ ଗୀତ ବି ଲେଖିଲେ। ‘ଏ ଗଉରା ଆଜିକାଲି କ’ଣ ଖାଉଛୁ…’ ହେଉଛି ତାଙ୍କ ଲିଖିତ ଏକ ସୁପର୍‌ହିଟ୍‌ ଆଲବମ୍‌ ଗୀତ। ତା’ପରେ ଫିଲ୍ମ ପାଇଁ କାମ କଲେ। ‘ସୁହାଗ ସିନ୍ଦୂର’ ଚଳଚ୍ଚିତ୍ରର ‘ନାଲି ଟୋପିବାଲା ତୋର ଚାଲି ଇଂଲିଶି…’ ଗୀତଟି ସେତେବେଳେ ବେଶ୍‌ ମାଇଲେଜ୍‌ ନେଇଥିଲା। ତା’ପରଠୁ ଆଜିଯାଏ ପ୍ରତିବର୍ଷ ଅତି କମ୍‌ରେ ୨/୩ଟି ଫିଲ୍‌ ଗୀତ ତାଙ୍କର ହିଟ୍‌ ତାଲିକାରେ ରହିଆସୁଛି। ଯେମିତିକି ଏବେ ହିଟ୍‌ ତାଲିକାରେ ରହିଛି ‘ସୁନ୍‌ଜରା ସୁନ୍‌ଜରା…’, ‘ହାଏ ତୋ ପ୍ରେମ ଗଜଲ୍‌ ଗଜଲ୍‌…’, ‘ହାଏ ତୋ ପ୍ରେମର ରଙ୍ଗୋଲି…’ ଇତ୍ୟାଦି। ତେବେ କେବଳ ଗୀତିକାର ନୁହେଁ, ସଂଳାପକାର ଭାବେ ବି ତାଙ୍କର ଆଉ ଏକ ପରିଚୟ ରହିଛି। ‘ଚାନ୍ଦିନୀ ଆଇ ମିସ୍‌ ୟୁ’, ‘ମୋ ଦୁନିଆ ତୁ ହି ତୁ’, ‘ଛାତି ତଳେ ଡିଂ ଡଂଗ୍‌’ ପରି କେତେକ ଚଳଚ୍ଚିତ୍ର ପାଇଁ ସେ ସ୍କ୍ରିପ୍ଟ ମଧ୍ୟ ଲେଖିଛନ୍ତି। ତା’ଛଡ଼ା ଏଇ ୩/୪ ବର୍ଷ ହେବ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ସିଏ ପାଦ ଥାପିଛନ୍ତି। ‘ଇ-ଟାଇମ୍‌’ ନାମରେ ତାଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମଧ୍ୟ ରହିଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri