ପ୍ରଥମ ଡୋଜ୍‌ କୋଭିଶିଲ୍ଡ,, ଦ୍ୱିତୀୟ ଡୋଜ୍‌ କୋଭାକ୍ସିନ୍‌ ନେଲେ ୨୦ ଗ୍ରାମବାସୀ: ହରଡ଼ଘଣାରେ ପ୍ରଶାସନ…

ଲକ୍ଷ୍ନୌ,୨୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ କୋଭାକ୍ସିନ୍‌ ଅବା କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌ ଦିଆଯାଉଛି। ତେବେ ଉତ୍ତରପ୍ରଦେଶ ସିଦ୍ଧାର୍ଥନଗର ଜିଲାର ସରକାରୀ ହସ୍ପିଟାଲରେ ୨୦ ଜଣ ଗ୍ରାମବାସୀଙ୍କୁ କୋଭିଶିଲ୍ଡ ଟିକାର ପ୍ରଥମ ଡୋଜ୍‌ ଏପ୍ରିଲ୍‌ର ପ୍ରଥମ ସପ୍ତାହରେ ପ୍ରଦାନ କରାଯାଇଥିଲା। ମେ’ ୧୪ରେ ସେମାନଙ୍କୁ ଦ୍ୱିତୀୟ ଡୋଜ୍‌ ଭାବେ କୋଭାକ୍ସିନ୍‌ ଦିଆଯାଇଛି। ଏହି ଖବର ପ୍ରଘଟ ହେବା ପରେ ଜିଲା ପ୍ରଶାସନ ହରଡ଼ଘଣାରେ ପଡ଼ିଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଛି। ଏହା କିପରି ଘଟିଲା ଏବଂ ଏଥିପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଦ୍ଧାର୍ଥନଗର ସିଏମ୍‌ଓ ସନ୍ଦୀପ୍‌ ଚୌଧୁରୀ ସୂଚନା ଦେଇଛନ୍ତି। ଦୁଇ ପ୍ରକାର ଭିନ୍ନ ଟିକା ନେଇଥିବା ଗ୍ରାମାବାସୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ରହିଛି। ସେମାନଙ୍କ ମଧ୍ୟରେ କାହାଠାରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ପ୍ରକାଶ ପାଇ ନ ଥିବା ସେ କହିଛନ୍ତି।

Share