ମୋଦିଙ୍କୁ ଦିଆଯାଉ ପ୍ରଥମ କରୋନା ଟିକା: କଂଗ୍ରେସ

ପାଟନା,୪।୧: ଭାରତରେ କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ କରୋନା ଟିକାକୁ ସାର୍ବଜନୀକ ଭାବେ ଦିଆଯିବା ଲାଗି ମଞ୍ଜୁରୀ ମିଳିଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ଭାଜପାକୁ ଘେରିବା ଆରମ୍ଭ କରାଯାଇଛି। ବିହାରର କଂଗ୍ରେସ ବିଧାୟକ ଦଳ ନେତା ଅଜିତ୍‌ ଶର୍ମା କହିଛନ୍ତି ଯେ, ମଞ୍ଜୁରୀ ମିଳିଥିବା ଦୁଇ ଟିକାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ଦେଖାଦେଇଛି। ଏହା କିପରି କାମ କରୁଛି ତାହା ଦେଖିବା ଲାଗି ପ୍ରଥମ କରୋନା ଟିକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଆଯିବା ଆବଶ୍ୟକ। ଏହା ସହିତ ସମସ୍ତ ଭାଜପା ନେତାଙ୍କୁ ମଧ୍ୟ ଟିକାଦାନ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଅଜିତ୍‌ଙ୍କ ଏଭଳି ମନ୍ତବ୍ୟର ପାଲଟା ଜବାବ ଜେଡ଼ିୟୁ ପକ୍ଷରୁ ଦିଆଯାଇଛି। ଜେଡ଼ିୟୁ କହିଛି ଯେ, ଯଦି ଟିକା ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ସନ୍ଦେହ ରହିଛି। ତେବେ ସେମାନେ ରାହୁଲ ଗାନ୍ଧୀଙ୍କୁ କୁହନ୍ତୁ, ସେ ଇଟାଲୀରୁ ଫେରିବା ସମୟରେ ପସନ୍ଦର କରୋନା ଟିକା ବିଦେଶରୁ ନେଇ ଆସିବେ। ଟିକାଦାନ ପୂର୍ବରୁ ରାଜ୍ୟରେ ଶାସକ ବିରୋଧୀଙ୍କ ମଧ୍ୟରେ ଜାରି ରହିଥିବା କାଦୁଅ ଫିଙ୍ଗା ଏବେ ରୋଚକ ସ୍ଥିତିରେ ପହଞ୍ଚିଛି।

Share