ମହାକାଶରେ ପାଦ ଥାପିଲେ ଚାଇନାର ଏହି ମହିଳା

ବେଜିଂ,୮ା୧୧: ସୋମବାର ଚାଇନାର ମହିଳା ମହାକାଶଚାରୀ ଓ୍ବାଙ୍ଗ୍‌ ୟାପିଙ୍ଗ ଇତିହାସ ଚରିଛନ୍ତି। ଓ୍ବାଙ୍ଗ୍‌୍‌ ତାଙ୍କ ପୁରୁଷ ସହକର୍ମୀ ଝାଇ ଜିଗାଙ୍ଗଙ୍କ ସହିତ ନିର୍ମାଣାଧୀନ ସ୍ପେସ ଷ୍ଟେଶନ ବାହାରେ ୬ଘଣ୍ଟାରୁ ଅଧିକ ସମୟ ଅତିବାହିତ କରିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ସୋମବାର ସକାଳେ ଏହି ଦୁଇ ମହାକାଶଚାରୀ ନିଆନହେ ନାମକ ସ୍ପେସ ଷ୍ଟେଶନ କୋର୍‌ ମଡ୍ୟୁଲରୁ ବାହାରି ୬.୫ ଘଣ୍ଟା ମହାକାଶରେ ଚାଲିଥିଲେ। ଚାଇନାର ସ୍ପେସ ଏଜେନ୍ସି ଏକ ବିବୃତ୍ତିରେ କହିଛି, ଚାଇନାର ମହାକାଶ ଇତିହାସରେ ଜଣେ ମହିଳା ମହାକାଶଚାରୀଙ୍କ ପାଇଁ ଏହା ପ୍ରଥମ ଘଟଣା। ଯାହା ଆଗରୁ କେହି କରି ନ ଥିଲେ।

Share