Categories: ଜାତୀୟ

ପୁଣେରେ ଚିହ୍ନଟ ହେଲା ଜାପାନୀ ଜ୍ୱରର ପ୍ରଥମ ମାମଲା, ଯାଞ୍ଚ ପାଇଁ ପଠାଗଲା ମଶାଙ୍କ ସାମ୍ପଲ

ପୁଣେ,୨ ।୧୨: ମହାରାଷ୍ଟ୍ରର ପୁଣେରେ ଜାପାନୀ ଜ୍ୱରର ପ୍ରଥମ ଘଟଣା ସାମ୍ନାକୁ ଆସିବା ପରେ ପ୍ରାଣୀ ଓ ମଶାଙ୍କ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି । ପୁଣେ ନଗର ନିଗମ(ପିଏମସି)ର ସ୍ୱାସ୍ଥ୍ର‌୍ୟ ବିଭାଗ ଅଧିକାରୀ, ଗୁରୁବାର କହିଛନ୍ତି କି ଜାପାନୀ ଜ୍ୱରର ପରୀକ୍ଷା ପାଇଁ ମଶା, କୁକୁର ଓ ଘୁଷୁରୀଙ୍କ ସାମ୍ପଲ ନ୍ୟାଶନାଲ ଇନଷ୍ଟଚ୍ୟୁଟ ଅଫ ଭାୟରୋଲୋଜି(ଏନଆଇଭି)କୁ ପଠାଯାଇଛି ।
ସୂଚନାଯୋଗ୍ୟ, ବଡଗାଓଁଶେରୀରେ ୪ ବର୍ଷର ଶିଶୁଙ୍କ ନିକଟରେ ଏହି ଜ୍ୱର ଦେଖାଯିବାରୁ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି । ପିଲାଟି ଏବେ ସସୁନ ଜେନରାଲ ହସ୍ପିଟାଲରେ ଭର୍ତ୍ତି ହୋଇଛି ।

Share