ଉଦ୍ଭିଦରୁ ସଂକ୍ରମଣ ହେବାର ପ୍ରଥମ ଘଟଣା: କୋଲକାତାରେ ଆକ୍ରାନ୍ତ ହେଲେ ବ୍ୟକ୍ତି…

କୋଲକାତା,୧।୪ : ପଶ୍ଚିମବଙ୍ଗର କୋଲକାତାରେ ଏଭଳି ରୋଗ ବିଷୟରେ ଜାଣିବାକୁ ମିଳିଛି। ଯେଉଁଥିରେ ଜଣେ ବ୍ୟକ୍ତି ଉଦ୍ଭିଦରୁ ସଂକ୍ରମିତ ହୋଇଛନ୍ତି। ଏହି ରୋଗର ନାମ ହେଉଛି ‘କିଲର ପ୍ଲାଣ୍ଟ ଫଙ୍ଗସ’। ଯାହା ଉଦ୍ଭିଦରୁ ମଣିଷ ପର୍ଯ୍ୟନ୍ତ ସଂକ୍ରମିତ ହୋଇଥାଏ। କୋଲକାତାରେ ଘଟିଥିବା ଏହି ମାମଲା ଦୁନିଆର ପ୍ରଥମ ମାମଲା ବୋଲି କୁହାଯାଉଛି। ପ୍ରାପ୍ତ ସୂଚନା ଅନୁଯାୟୀ, କିଲର୍‌ ପ୍ଲାଣ୍ଟ ଫଙ୍ଗସ ନାମକ ଏହି ରୋଗରେ ଆକ୍ରାନ୍ତ ୬୧ ବର୍ଷ ବୟସ୍କ ବ୍ୟକ୍ତି ଜଣେ ପେସାଦାର ଉଦ୍ଭିଦ ମାଇକ୍ରୋଲୋଜିଷ୍ଟ। ମାଇକ୍ରୋଲୋଜିଷ୍ଟ ଭାବରେ କାର୍ଯ୍ୟ କରିବାବେଳେ, ସେ କ୍ଷୟ ହେଉଥିବା ପଦାର୍ଥ, ମୂଷା ଏବଂ ବିଭିନ୍ନ ଉଦ୍ଭିଦର କବକ ଉପରେ ଗବେଷଣା କରୁଥିଲେ।

ଏହି ରୋଗର ଲକ୍ଷଣ ବିଷୟରେ କହିବାକୁ ଗଲେ ସଂକ୍ରମିତ ଆକ୍ରାନ୍ତଙ୍କ କଣ୍ଠସ୍ବରରେ ପରିବର୍ତ୍ତନ ଆସିଥିଲା। ଏହା ସହିତ ତାଙ୍କୁ ଖାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ରୋଗୀ ଗତ ୩ ମାସ ଧରି କାଶ ଏବଂ ଖାଦ୍ୟ ଗିଳିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି କାରଣରୁ ତାଙ୍କ କଣ୍ଠସ୍ବର ମଧ୍ୟ ବଦଳି ଯାଇଥିଲା।

ସିଟି ସ୍କାନରେ ତାଙ୍କ ବେକରେ ଏକ ପାରାଟ୍ରାଚାଲ କ୍ଷତ ଦେଖିବାକୁ ମିଳିଥିଲା। ପରୀକ୍ଷା ପରେ ଡାକ୍ତରମାନେ ଏହି କ୍ଷତକୁ ହଟାଇ ଏହାର ନମୁନାକୁ ଅନୁସନ୍ଧାନ ପାଇଁ ଏହାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସହଯୋଗ କେନ୍ଦ୍ର ମେଡିକାଲ ଅନୁସନ୍ଧାନକୁ ପଠାଇଥିଲେ। ସଂକ୍ରମିତ ବ୍ୟକ୍ତିଙ୍କର ମଧୁମେହ, ଏଚ.ଆଇ.ଭି ସଂକ୍ରମଣ, କିଡନୀ ରୋଗ କିମ୍ବା ଅନ୍ୟ କୌଣସି କ୍ରନିକ ରୋଗ ନ ଥିଲା।

ପୃଥିବୀରେ ଉଦ୍ଭିଦଠାରୁ ମଣିଷ ପର୍ଯ୍ୟନ୍ତ ଏଭଳି ପ୍ରଥମ ସଂକ୍ରମଣର କାରଣ ହେଉଛି କଣ୍ଡ୍ରୋଷ୍ଟେରିୟମ ପ୍ୟୁରିଅମ ଉଦ୍ଭିଦ। ଏହା ଏକ ଫଙ୍ଗଲ ଉଦ୍ଭିଦ ଯାହା ଦ୍ୱାରା ଉଦ୍ଭିଦଗୁଡିକରେ ସିଲଭର ଲିଫ୍‌ ରୋଗ ହୋଇଥାଏ। ଏହି ଉଦ୍ଭିଦ ଗୋଲାପ ପରିବାରର ଅଟେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଉଦ୍ଭିଦ ଯୋଗୁଁ ମନୁଷ୍ୟରେ ସଂକ୍ରମଣର କୌଣସି ମାମଲା ନ ଥିଲା। ମଣିଷରେ ରୋଗ ସୃଷ୍ଟି କରୁଥିବା ଉଦ୍ଭିଦ ଫଙ୍ଗସର ଏହା ପ୍ରଥମ ଘଟଣା। ଗବେଷକମାନେ କହିଛନ୍ତି ଯେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ତାଙ୍କୁ ଆଣ୍ଟି-ଫଙ୍ଗଲ ଔଷଧ ଦିଆଯାଇଥିଲା, ଯେଉଁଥିରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ଦୁଇ ବର୍ଷର ଚିକିତ୍ସା ପରେ, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କଠାରେ ପୁଣି ସଂକ୍ରମଣର କୌଣସି ପ୍ରମାଣ ମିଳି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?