ଭାରତରେ ପ୍ରଥମ ଘଟଣା, ମହିଳା ଡାକ୍ତର ଆଲ୍ଫା-ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ…

ଗୁଆହାଟି,୨୦।୭: ଆସାମର ଜଣେ ମହିଳା ଡାକ୍ତରଙ୍କଠାରେ କରୋନା ମହାମାରୀ ଭୂତାଣୁର ଆଲ୍ଫା ଏବଂ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ଜଣଙ୍କଠାରେ ୨ଟି ଭାରିଆଣ୍ଟ ରହିଥିବା ଭାରତରେ ପ୍ରଥମ ଘଟଣା। ପୂର୍ବ ଆସାମର ଦିବ୍ରୁଗଡ଼ ଜିଲାରେ ବାସ କରୁଥିବା ମହିଳା ଡାକ୍ତରଙ୍କ କ୍ଷେତ୍ରରେ ଏଭଳି ଘଟିଛି। ତାଙ୍କର ସ୍ବାମୀଙ୍କଠାରେ ଆଲ୍ଫା ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ଡାକ୍ତର ଜଣକ ଭାକ୍ସିନ୍‌ର ଉଭୟ ଡୋଜ୍‌ ନେଇ ସାରିଥିବା ସ୍ଥାନୀୟ ଆଇସିଏମ୍‌ଆର୍‌ ଅଧିକାରୀ ସୂଚନା ଦେଇଛନ୍ତିି। ଭାକ୍ସିନ୍‌ର ଦ୍ୱିତୀୟ ଡୋଜ୍‌ ନେବାର ମାସେ ପରେ ତାଙ୍କ ରିପୋର୍ଟ କରୋନା ପିଜିଟିଭ୍‌ ଆସିଛି। ଏଭଳି ଘଟଣା ଭାରତରେ ପ୍ରଥମ ବୋଲି ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି ଅଧିକାରୀ ବିଶ୍ୱଜ୍ୟୋତି ବରକାକୋଟି ସୂଚନା ଦେଇଛନ୍ତି।

Share