Categories: ଜାତୀୟ

ସକାଳ ୧୦ଟାରେ ବସିବ ଯୋଗୀଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ନେବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଯୋଗୀ ସରକାରଙ୍କ ୨.୦ର ପ୍ରଥମ କ୍ୟାବିନେଟ ବୈଠକ ଶନିବାର ସକାଳ ୧୦ଟାରେ ବସିବ। ଏହାପରେ ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜଭବନରେ ପ୍ରୋଟେମ୍‌ ସ୍ପିକରଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ। ଏଥିସହ ସାଢ଼େ ୧୧ଟାରେ ଯୋଗୀ ସଚିବ ସ୍ତରରେ ସମସ୍ତ ଉଚ୍ଚପଦଧିକାରୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Share