ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ: ୫ ମୃତ୍ୟୁ, ୧୦ ଆହତ

ତେହରାନ,୧୭।୧୧: ଇରାନରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ସୁରକ୍ଷା ବାହିନୀ ତେହେରାନର ଏକ ମେଟ୍ରୋ ଷ୍ଟେଶନରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି। ଗୁଳି ବିନିମୟ ପରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଲୋକମାନେ ପରସ୍ପର ଉପରେ ଚଢି ଦୌଡିବାକୁ ଲାଗିଥିଲେ।
ହିଜାବ ବିବାଦକୁ ନେଇ ଗତ କିଛି ଦିନ ହେବ ଇରାନର ବିଭିନ୍ନ ସହରରେ ପ୍ରଦର୍ଶନ ପ୍ରଦର୍ଶନ ଚାଲିଛି। ସେପ୍ଟେମ୍ବର ୧୩ରେ, ମହସା ଅମିନି ନାମକ ଜଣେ ତିନି ଦିନରୁ ହିଜାବ ପିନ୍ଧି ନ ଥିବାରୁ ସୁରକ୍ଷାକର୍ମୀ ତାଙ୍କୁ ଗିରଫ କରିଥିଲା ଏବଂ ତିନି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରଠାରୁ ସାରା ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଉଛି।

Share