Categories: ଜାତୀୟ

ଦିଲ୍ଲୀ କୋର୍ଟରେ ଅଭିଯୁକ୍ତଙ୍କୁ ହତ୍ୟା

ନୂଆଦିଲ୍ଲୀ, ୧୩ା୭: ଦିଲ୍ଲୀର ଦ୍ୱାରକା କୋର୍ଟ ପରିସରରେ ସୋମବାର ରାତିରେ ଗୁଳିକାଣ୍ଡ ଘଟିଛି। ଶୁଣାଣି ପାଇଁ ଆସିଥିବା ଅଭିଯୁକ୍ତଙ୍କୁ କିଛି ଓକିଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ ହତ୍ୟା କରାଯାଇଛି।

ମୃତକଙ୍କ ନାମ ଉପକାର ବୋଲି ଜଣାପଡ଼ିଛି। କୋର୍ଟ ପରିସରରେ ଥିବା ଓକିଲ ଅରୁଣ ଶର୍ମାଙ୍କ ଚାମ୍ବର (ନଂ ୪୪୪) ଭିତରେ ରାତି ପ୍ରାୟ ୯ଟାରେ ଉପକାରଙ୍କୁ ଗୁଳି କରାଯାଇଥିଲା। ଗୁଳି କରି ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share