ଥାଇଲାଣ୍ଡରେ ଗୁଳିକାଣ୍ଡ: ୩୧ ମୃତ

ବ୍ୟାଙ୍କକ୍‌,୬।୧୦: ଥାଇଲାଣ୍ଡରେ ଏକ ବଡ଼ ଗୁଳିକାଣ୍ଡ ଘଟିଛି। ଏଥିରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି। ଏକ ଚାଇଲ୍ଡ କେୟାର ସେଣ୍ଟରରେ ଏକ ଗୁଳିକାଣ୍ଡ ଘଟିଥିବା ଜଣାପଡିଛି। ଏକ ବନ୍ଧୁକଧାରୀ ବ୍ୟକ୍ତି ସେଣ୍ଟର ଭିତରକୁ ପଶି ଆଖିବୁଜା ଗୁଳିମାଡ କରିଥିଲେ। ଏହି ଘଟଣା ପରେ ସେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ଅଭିଯୁକ୍ତ ଜଣଙ୍କ ଜଣେ ପୂର୍ବତନ ପୋଲିସ କର୍ମଚାରୀ। ସେ ଫେରାର ଥିବା ଜଣାପଡିଛି।

Share