ସ୍କୁଲରେ ଫୁଟିଲା ଗୁଳି, ଜଣେ ଛାତ୍ରୀ ଆହତ

ବର୍ଲିନ,୧୯ା୫: ଜର୍ମାନୀର ଏକ ସ୍କୁଲରେ ଗୁଳି ଫୁଟିଛି। ଉତ୍ତର ଜର୍ମାନୀର ଏକ ସ୍କୁଲରେ ଗୁଳି ଫୁଟିବାରୁ ଜଣେ ଛାତ୍ରୀ ଆହତ ହୋଇଛନ୍ତି। ଏଥିସହ ପୋଲିସ ଟିମ୍‌ ଅଭିଯୁକ୍ତଙ୍କୁ ସେମାନଙ୍କ ହେପାଜତକୁ ନେଇଛି। ଆହତ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଅଭିଯୁକ୍ତମାନେ କାହିଁକି ଗୁଳି ଚାଳନା କରିଛନ୍ତି ସେନେଇ ତାଙ୍କୁ ପଚରାଉଚରା କରାଯାଉଛି।

ପୋଲିସ ଏକ ବିବୃତ୍ତିରେ କହିଛି ଯେ,ଗୁରୁବାର ଛାତ୍ରୀଛାତ୍ର ଶିକ୍ଷକମାନଙ୍କ ସହ କ୍ଲାସରେ ଥିଲେ। ଏହି ସମୟରେ ଅଜଣା ବ୍ୟକ୍ତି ଜଣେ ପଶି ଆସି ଗୁଳି ଚାଳନା କରିଥିଲେ। ଏଥିରେ ଜଣେ ଛାତ୍ରୀ ଆହତ ହୋଇଥିବା ବେଳେ ତାଙ୍କର ଚିକିତ୍ସା ଚାଲୁ ରହିଛି। ଏହି ଘଟଣାର ଜଣେ କି ଅଧିକ ସମ୍ପୃକ୍ତ ଅଛନ୍ତି ତାହା ଅନୁସନ୍ଧାନ ଚାଲିଥିବା ପୋଲିସ କହିଛି। ଅନ୍ୟପକ୍ଷରେ ଗୁଳି ଫୁଟିବା ଶବ୍ଦ ଶୁଣିବା ପରେ ଶିକ୍ଷକଙ୍କ ସହ ପିଲାମାନେ ଝରକା କବାଟ ସବୁ ବନ୍ଦ କରିଦେଇଥିଲେ। ବର୍ତ୍ତମାନ ସ୍କୁଲ ପରିସରରେ ପୋଲିତ ମୁତୟନ ହୋଇଛି।

Share