Categories: ଜାତୀୟ

ଅନନ୍ତନାଗରେ ଗୁଳି ବିନିମୟ ଜାରି

ନୂଆଦିଲ୍ଲୀ,୧୬ା୯: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ବୁଧବାର ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ସେନା କଲୋନେଲ, ଜଣେ ମେଜର ଏବଂ ଜଣେ ପୋଲିସ ଅଫିସର ଶହୀଦ ହୋଇଥିଲେ। ଏହି ଗୁଳି ବିନିମୟ ବେଳେ ଆହତ ହୋଇଥିବା ଜଣେ ଯବାନ ଶୁକ୍ରବାର ଆଖି ବୁଜିଛନ୍ତି। ଏହାକୁ ମିଶାଇ ଶହୀଦ ଯବାନଙ୍କ ସଂଖ୍ୟା ୪ରେ ପହଞ୍ଚତ୍ଛି। ବୁଧବାରଠାରୁ ଅନନ୍ତନାଗ ଜିଲାରେ ଏନ୍‌କାଉଣ୍ଟର ଜାରି ରହିଛି। ସୁରକ୍ଷା ବଳ ଜିଲାର କୋକେରନାଗ ଜଙ୍ଗଲ ଅଞ୍ଚଳକୁ ଚାରିପଟୁ ଘେରି ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ତଲାସି ଅଭିଯାନକୁ ଜୋର୍‌ଦାର କରିଛନ୍ତି। ଶୁକ୍ରବାର ସକାଳେ ଜଙ୍ଗଲ ଅଞ୍ଚଳରୁ ବିସ୍ଫୋରଣ ଏବଂ ଗୁଳି ବିନିମୟର ଶବ୍ଦ ଶୁଣିବାକୁ ମିଳିଥିଲା, ଯାହା ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିଥିଲା। ଆତଙ୍କବାଦୀଙ୍କ ଗୁଳିରେ କଲୋନେଲ ମନପ୍ରୀତ୍‌ ସିଂ, ମେଜର ଆଶିଷ ଏବଂ ଡିଏସ୍‌ପି ହୁମାୟୁନ୍‌ ଭଟ୍ଟ ପ୍ରାଣ ହରାଇଥିବାବେଳେ ଚତୁର୍ଥ ଶହୀଦଙ୍କ ପରିଚୟ ଜଣାପଡ଼ି ନାହିଁ।

Share