ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ। ଏହି ପରିପ୍ରେକ୍ଷୀରେ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ଲୋକଙ୍କୁ ସଚେତନ କରାଯାଇଥିଲା । ରନ୍ଧନ ଗ୍ୟାସରେ ନିଆଁ ଲାଗିଲେ କିଭଳି ଲିଭାଇବା ପାଇଁ କିଛି ଟ୍ରିକ ବ୍ୟବହାର କରାଯିବ ସେନେଇ ସଚେତନ କରାଯିବା ସହ କେଉଁ କାରଣରୁ ନିଆଁ ବ୍ୟାପିବା ଓ ବିପଦ ସୃଷ୍ଟି ହେଉଛି , ସେନେଇ ଅଗ୍ନିଶମ ଅଧିକାରୀ ଓ ଅଗ୍ନିବୀରମାନେ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। ବିଭାଗ ଗାଁ ଗାଁର ଜନଗହଳି ସ୍ଥାନରେ ଲୋକଙ୍କୁ ସଚେତନ କରିଆସୁଥିବା ବେଳେ ଏହି ସଚେତନକୁ ବ୍ୟାପକ କରାଯିବ ବୋଲି ଅଗ୍ନିଶମ ଅଧିକାରୀ କହିଥିଲେ ।

 

Dharitri – Odisha’s No.1 Odia Daily

Share