ଉତ୍କେଲା ବିମାନ ବନ୍ଦରରେ ପହଞ୍ଚିଲା ଫାୟାର ଫାଇଟିଂ ଭ୍ୟାନ୍‌

ଭବାନୀପାଟଣା,୧୦।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଉତ୍କେଲା ବିମାନ ବନ୍ଦରରେ ରବିବାର ଫାୟାର ଫାଇଟିଂ ଭ୍ୟାନ୍‌ ପହଞ୍ଚିଛି। ଏହି ଭ୍ୟାନ ବିମାନ ବନ୍ଦରରେ ରହିବା ସହ ବିମାନକୁ ନିଆଁ ଦାଉରୁ ସୁରକ୍ଷା ଦେବାରେ ସହାୟକ ହେବ। ସେହିପରି ଭ୍ୟାନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବସ୍ଥା ରହିଛି। ଏହା ଦ୍ୱାରା ବିମାନ ଲ୍ୟାଣ୍ଡିଂ ସମୟରେ ହେଉଥିବା ଦୁର୍ଘଟଣାକୁ ଏଡାଇବାରେ ସକ୍ଷମ ହେବ ବୋଲି ବିମାନ ବନ୍ଦର ଦାୟିତ୍ୱରେ ଥିବା ଜିଲା ପୂର୍ତ୍ତ ବିଭାଗ ଅଧିକାରୀ ଅଜିତ ବାବୁ କହିଛନ୍ତି।