Categories: ଫୁରସତ

‘ସ୍ପାଇଡରମ୍ୟାନ୍‌ ଦମକଳକର୍ମୀ’: ୧୬ ମହଲାରେ ଫସିଥିବା ମହିଳାଙ୍କୁ ଏପରି କଲେ ଉଦ୍ଧାର, ଦେଖନ୍ତୁ ଭିଡିଓ..

କେଉଁଠିି ନିଆଁ ଲାଗିଲେ ଦମକଳ ବାହିନୀକୁ ଡକାଯାଏ। କର୍ମଚାରୀମାନେ ଆସି ନିଆଁ ଉପରେ କାବୁ କରିବାକୁ ଚେଷ୍ଟା କରି ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥାନ୍ତି। ଆମେରିକାର ନ୍ୟୁୟର୍କରେ ଏପରି ଏକ ଘଟଣାକ୍ରମରେ ଜଣେ ଦମକଳବାହିନୀ କର୍ମଚାରୀ ବାହାବାଃ ସାଉଟୁଁଛନ୍ତି। ତାଙ୍କୁ ଅନେକେ ସ୍ପାଇଡର ମ୍ୟାନ୍‌ ବୋଲି କହିବାକୁ ପଛାଉନାହାନ୍ତି। କାରଣ ସେ ୧୬ ମହଲାରେ ଫସି ରହିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

ଘଟଣାଟି ଏପରି। ନ୍ୟୁୟର୍କର ହାର୍ଲେମ ଅଞ୍ଚଳରେ ଥିବା ଏକ ବହୁତାଲା ପ୍ରାସାଦରେ ନିଆଁ ଲାଗିଯାଇଥିଲା। ଏହାକୁ ଲିଭାଇବା ପାଇଁ ଦମକଳ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ୧୬ମହଲାରେ ଫସି ରହିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ନିଆରା ଉପାୟ ଆପଣାଇଥିଲେ ଜଣେ କର୍ମଚାରୀ। ଯାହା ଅନେକଙ୍କୁ ଚକିତ କରିଦେଇଥିଲା। କାରଣ ସେ ନିଜ ଜୀବନକୁ ପରବାୟ ନ କରି ନିଜକୁ ଏକ ରଶିରେ ବାନ୍ଧି କୋଠା ଛାତରେ ପହଞ୍ଚିଥିଲେ। ପରେ ସେ ମହିଳାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିlଲେ। ନ୍ୟୁୟର୍କ ଦମକଳ ବିଭାଗ ପକ୍ଷରୁ ଭିଡିଓଟିକୁ ଶେୟାର କରାଯିବା ପରେ ଲୋକେ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି। କେହି କେହି ତାଙ୍କୁ ସ୍ପାଇଡରମ୍ୟାନ୍‌ କହୁଥିବା ବେଳେ କେହି ସୁପରମ୍ୟାନ୍‌ କହୁଛନ୍ତି। ସେ ସୁପରମ୍ୟାନ୍‌ ଭଳି ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ବୋଲି କୁହାଯାଉଛି।

Share