ଆଗ୍ନିକ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର,୨୩।୨(ସତ୍ୟଜିତ୍‌ ରାଉତ): ରାଜ୍ୟ ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ କର୍ମଚାରୀମାନେ ଦୁଇଦଫା ଦାବି ନେଇ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଶୁକ୍ରବାର ପ୍ରତ୍ୟାହୃତ କରିନେଇଛନ୍ତି। ଏନେଇ ସଂଘ ସଭାପତି ତଥା ନୟାଗଡ଼ ଜିଲା ନୂଆଗାଁରେ କାର୍ଯ୍ୟରତ ମୁଖ୍ୟ ଆଗ୍ନିକ ଅକ୍ଷୟ ପ୍ରଧାନ ସୂଚନା ଦେଇଛନ୍ତି। ସଂଘ ପକ୍ଷରୁ ଘୋଷଣା ପରେ ସମସ୍ତ ଆଗ୍ନିକ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେବେ ଅକ୍ଷୟଙ୍କୁ ବିଭାଗ ପକ୍ଷରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା କାରଣରୁ ସେ ଆଇନର ଆଶ୍ରୟ ନେବେ ବୋଲି ସୂଚନା ଦେଇଛନ୍ତି।