Categories: ଜାତୀୟ

ରାଜଧାନୀରେ ଏବର୍ଷ ଦୀପାବଳିରେ ମଧ୍ୟ ବାଣଫୁଟା ବନ୍ଦ…

ନୂଆଦିଲ୍ଲୀ, ୭।୯ : ଏଥର ମଧ୍ୟ ରାଜଧାନୀ ଦିଲ୍ଲୀରେ ଦୀପାବଳିରେ ମଧ୍ୟ ବାଣଫୁଟା ବନ୍ଦ ରହିବ। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର କହିଛନ୍ତି ଯେ ୨୦୨୩ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ ସମସ୍ତ ପ୍ରକାର ବାଣ ଉତ୍ପାଦନ, ବିକ୍ରୟ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବ। ସେ କହିଛନ୍ତି ଯେ ଏହି ନିଷେଧାଦେଶ ଅନଲାଇନରେ ବିକ୍ରି ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।

ସେ ଟୁଇଟ କରି କହିଛନ୍ତି ଯେ ଗତ ବର୍ଷ ଭଳି ଦିଲ୍ଲୀର ଲୋକଙ୍କୁ ପ୍ରଦୂଷଣର ବିପଦରୁ ରକ୍ଷା କରିବା ପାଇଁ ଏଥର ମଧ୍ୟ ସମସ୍ତ ପ୍ରକାର ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ତଥା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି, ଯାହାଦ୍ୱାରା ଲୋକଙ୍କ ଜୀବନ ବଞ୍ଚିପାରିବ। ସେମାନେ ପରିବେଶ ପ୍ରଦୂଷଣରୁ ସୁରକ୍ଷିତ ରହିପାରିବେ।

ଏହି ନିଷେଧାଦେଶକୁ କଡାକଡି ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଡିପିସିସି ଏବଂ ରାଜସ୍ବ ବିଭାଗ ସହିତ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ।

ଗତ ବର୍ଷ ଦିଲ୍ଲୀ ସରକାର ୨୮ ସେପ୍ଟେମ୍ବରରୁ ୧ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ବାଣ ବିକ୍ରୟ ଏବଂ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଥିଲେ। ଏନେଇ ସଚେତନତା ସୃଷ୍ଟି କରିବା ପାଇଁ ସରକାର ମଧ୍ୟ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ ଅଭିଯାନ ଆରମ୍ଭ କରିଥିଲେ। ଏଥି ସହିତ ଯେଉଁମାନେ ନିର୍ଦ୍ଦେଶ ଉଲ୍ଲଂଘନ କରି ବାଣ ଫୁଟାଉଥିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

Share