Categories: ଜାତୀୟ

ବାଣ ବ୍ୟବସାୟୀଙ୍କୁ ଗିରଫ ବେଳେ ପୋଲିସ ଜିପ୍‌ରେ ମୁଣ୍ଡ ବାଡେଇ କାନ୍ଦିଲେ କୁନି ଝିଅ: ଭିଡିଓ ଭାଇରାଲ

ବୁଲନ୍ଦସହର,୧୪ ।୧୧: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ପୋଲିସ ଜିପ୍ ବାହାରେ ଠିଆ ହୋଇ ଜଣେ କୁନି ଝିଅ କାନ୍ଦି କାନ୍ଦି କିଛି କହୁଛନ୍ତି । ତେବେ ଘଟଣାରୁ ଜଣାପଡିଛି କି ଭିଡିଓଟି ବୁଲନ୍ଦସହର ଖୁର୍ଜା ଥାନା ଅଞ୍ଚଳର । ଏଠାରେ ଦୀପାବଳିରେ ବାଣ ବିକ୍ରି ଉପରେ କଟକଣା ଲଗାଯାଇଥିଲେ ବି କେତେଜଣ ବ୍ୟବସାୟୀ ବେଆଇନ ଭାବେ ବାଣ ବିକ୍ରି କରୁଥିଲେ । ପରେ ପୋଲିସ ଏଠାରେ ଚଢାଉ କରି ବାଣ ବ୍ୟବସାୟୀଙ୍କୁ ଗିରଫ କରିବା ସମୟରେ ଜଣେ ବ୍ୟବସାୟୀଙ୍କ କୁନି ଝିଅଟି ପିତାଙ୍କୁ ଛାଡି ଦେବା ଲାଗି କାନ୍ଦି କାନ୍ଦି ଅନୁରୋଧ କରିଥିଲେ ବି ପୋଲିସ ଏହା ଶୁଣି ନ ଥିଲା । ଏହି ଭିଡିଓଟି ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଖୁବ୍ ରାଗି ଯାଇଛନ୍ତି । ସେମାନେ ଲେଖିଛନ୍ତି ପ୍ରଥମେ ସରକାର ବାଣ ବିକ୍ରି ପାଇଁ ଲାଇାସନ୍ସ ପ୍ରଦାନ କରୁଛନ୍ତି ଆଉ ବ୍ୟବସାୟୀମାନେ ଅର୍ଥ ଜମା କରିବା ପରେ ଏହାର ବିକ୍ରି ଉପରେ କଟକଣା ଲଗାଯାଉଛି ଯାହା ଆଦୌ ଠିକ୍ ନୁହେଁ । ପରେ ଜଣାପଡିଛି କି ପୋଲିସ ବ୍ୟବସାୟୀଙ୍କୁ ଛାଡି ଦେବା ସହ ତାଙ୍କ ପରିବାରସହ ମିଶି ମିଠାଖାଇ ଦୀପାବଳି ପାଳନ କରିଛି ।

Share