Posted inଖେଳ

କଳିଙ୍ଗରେ ଫାୟାର ଆର୍ମ ଟ୍ରେନିଂ ପ୍ରୋଗ୍ରାମ

ଭୁବନେଶ୍ୱର, ୨।୩ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମର ୫୦ ମିଟର ଫାୟାର ଆର୍ମ ଶୁଟିଂ ରେଞ୍ଜରେ ଫାୟାର ଆର୍ମ ଟ୍ରେନିଂ ସାର୍ଟିଫିକେଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ସପ୍ତମ ବ୍ୟାଚ୍‌ରେ ମୋଟ ୨୫ ପ୍ରଶିକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ପ୍ରମାଣପତ୍ର ହାସଲ କରିଛନ୍ତି। ଓଡ଼ିଶା ରାଇଫଲ ସଂଘର ଯୁଗ୍ମ ସମ୍ପାଦକ ତଥା ଆଇଏସ୍‌ଏସ୍‌ଏଫ୍‌ ଓ ଏନ୍‌ଆଇଏସ୍‌ କୋଚ୍‌ ଆଶିଷ ନାୟକ ପ୍ରଶିକ୍ଷଣ ଦେଇଥିଲେ। ୩ ଦିନିଆ ଶିବିରରେ ଶୁଟରମାନଙ୍କୁ ରାଇଫଲ, ପିସ୍ତଲ, ଶଟ୍‌ଗନ୍‌ ସମ୍ବନ୍ଧୀୟ ଜ୍ଞାନ, ବ୍ୟବହାର ବିଧି, ସୁରକ୍ଷା ନିୟମ, ବନ୍ଧୁକର ଯନତ୍ ଏବଂ ଏହାର ଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କୃତକାର୍ଯ୍ୟ ପ୍ରଶିକ୍ଷାର୍ଥୀଙ୍କୁ ଓଡ଼ିଶା ରାଇଫଲ ସଂଘର ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସଫଳ ପ୍ରଶିକ୍ଷାର୍ଥୀମାନେ ହେଲେ ଆକାଶ ଦେମ୍ବେଲେ, ପରବେଜ ଅଲୀ ଖାଁ, ଆନନ୍ଦ ଅଗ୍ରଓ୍ବାଲ, ପ୍ରଫୁଲ୍ଲ ପ୍ରଧାନ, ଜିଗର ନାୟକ, ସୁବାସ ଚନ୍ଦ୍ର ପଟେଲ, ରାଜେଶ ନାୟାର, ଦୀପକ ବେହେରା, ସୂର୍ଯ୍ୟ ପ୍ରକାଶ ଶର୍ମା, ଅରବିନ୍ଦ କୁମାର ମିଶ୍ର, ଶକ୍ତି ରଞ୍ଜନ ପାଣି, ଅଶୋକ ଶତପଥୀ, ଅବିନାଶ ଛାପୋଳିଆ, ସୌରାଂଶୁ ରାଉତ, ପ୍ରୀତି ରଞ୍ଜନ ଦାସ, ଦେବାଶିଷ ତ୍ରିପାଠୀ, ସୁଦାମ ଖୁଣ୍ଟିଆ, ରୁଦ୍ର ପ୍ରସାଦ ନନ୍ଦ, ନବ କିଶୋର ପୃଷ୍ଟି, ବିଭୁ ପ୍ରସାଦ ପତି, ପ୍ରଦୀପ ପରିଡ଼ା, ଭୀମସେନ ପୋଲାଇ, ଯଶଲୋକ ଭୁଟିଆ ରାଏ, ତ୍ରିଭୁବନ ବାଗ୍‌ ଓ ସାରଦା ପ୍ରସାଦ ପଟ୍ଟନାୟକ।

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri