ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା ଫଳରେ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ବୃକ୍ଷଠାରୁ ଆରମ୍ଭ କରି ଔଷଧୀୟ ବୃକ୍ଷ ପର୍ଯ୍ୟନ୍ତ ଜଳିପୋଡ଼ି ନଷ୍ଟ ହୋଇଯାଉଛି। ତେବେ ଜଙ୍ଗଲ ନିଆଁକୁ ଲିଭାଇବା ଓ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ମହାବିରୋଡ୍‌ ଏକ ନମ୍ବର ଜୋନର ଜିଲାପରିଷଦ ସଭ୍ୟ ନବୀନ କୁମାର ସାହୁ। ମହାବିରୋଡ୍‌ ବନାଞ୍ଚଳ ଗତରେଇ ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲୀ ଜୀବ ଓ ଜନ୍ତୁ ବିପଦରେ ପଡ଼ିଥିବା ଓ ବହୁ ଔଷଧୀୟ ବୃକ୍ଷ ନଷ୍ଟ ହେଉଥିବା ଖବର ପାଇ ନବୀନ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପରିବେଶକୁ ସୁରକ୍ଷା ଯୋଗାଇଦିଅନ୍ତି। ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ନବୀନ ଜଙ୍ଗଲ ନିଆଁକୁ ଲିଭାଇବା ସହ ବନବିଭାଗକୁ ଖବର ଦେଇ ନିଆଁକୁ ନିୟନ୍ତ୍ରଣ କରିପାରୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ପ୍ରେମ ୬୦ ବର୍ଷ ପରି… ମୋନାଲିସାଙ୍କୁ ବିବାହ ପରେ ମୁହଁ ଖୋଲିଲେ ଫରମାନ

ମହାକୁମ୍ଭ ମେଳା ୨୦୨୫ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୋନାଲିସା ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ପ୍ରେମିକ ଫରମାନ ଖାନଙ୍କୁ…

‘ମୁଁ କ୍ଷମା ମାଗିଥିଲି କାରଣ…’ପ୍ଲେଇଂ ୧୧ ବିବାଦ ଉପରେ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା

ନୂଆାଦିଲ୍ଲୀ,୧୨।୩: ସୂର୍ଯ୍ୟକୁମାର ଯାଦବ ୨୦୨୬ ଟି୨୦ ବିଶ୍ୱକପ ସମୟରେ ନେଇଥିବା ଏକ ବଡ଼ ନିଷ୍ପତ୍ତି ବିଷୟରେ ମୁହଁ ଖୋଲିଛନ୍ତି। ଭାରତୀୟ ଅଧିନାୟକ ସ୍ବୀକାର କରିଛନ୍ତି ଯେ ସୁପର…

ରାଜ୍ୟରେ ବଢୁଛି ଶିଶୁ ଯୌନ ନିର୍ଯାତନା, ଛାତ୍ରୀଛାତ୍ରଙ୍କୁ ତାଲିମ୍ ଦେଲା ଗଜପତି ପୋଲିସ

ମୋହନା,୧୨।୩( ମନ୍ମଥ ମିଶ୍ର ): ଦୀନକୁ ଦିନ ରାଜ୍ୟରେ ଶିଶୁ ନିର୍ଯାତନା ସହ ଦୁଷ୍କର୍ମ ବଢ଼ିବାରେ ଲାଗିଛି । ଯାହା ଫଳରେ ଗଜପତି ପୋଲିସ୍ ପକ୍ଷରୁ ବିଦ୍ୟାଳୟକୁ…

ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ, ଖରାଦିନେ କଟିବନି ଲାଇନ୍

ଭୁବନେଶ୍ବର,୧୨।୩: ମାର୍ଚ୍ଚ ମାସରୁ ଆରମ୍ଭ ହେଲାଣି ମୁଣ୍ଡଫଟା ଖରା । ତେବେ ରାଜ୍ୟ ସରକାରଙ୍କୁ ଘାରିଛି ଅଂଶୁଘାତ ମୁକାବିଲା ଚିନ୍ତା । ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟ…

ଭାରତ ପଠାଇବ ଯୁଦ୍ଧ ଜାହାଜ? PMO ରେ ବଡ଼ ହଲଚଲ, ମୋଦି ଦେବେ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୨।୩: ଇରାନ-ଆମେରିକା ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ୱରେ ସାମୁଦ୍ରିକ ବାଣିଜ୍ୟ ଉପରେ ପଡ଼ିଛି। ହରମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଲଗାତାର ଆକ୍ରମଣ ହେଉଛି,…

ଗିରଫ ହେଲେ ତହସିଲଦାର, ୭ ପ୍ଲଟ୍‌ ସହ ଠୁଳ କରିଥିଲେ…

କଣ୍ଟାପଡ଼ା,୧୨ା୩(ସୁର ନାରାୟଣ ସାହୁ): ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଭିଜିଲାନ୍ସ ବିଭାଗ ଗୁରୁବାର ଗିରଫ…

ଯୁଦ୍ଧ ଭିତରେ ଚାଇନା କଲା ବଡ଼ ଘୋଷଣା, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣ ସମ୍ପର୍କରେ ଅନିଶ୍ଚିତତା ମଧ୍ୟରେ, ବିଶ୍ୱ ଶକ୍ତି ବଜାର କ୍ରମଶଃ ଅସ୍ଥିର ହେବାରେ ଲାଗିଛି। ଅନେକ ଦେଶରେ ତୈଳ…

ହେବ କି ପରମାଣୁ ଆକ୍ରମଣ? ରିପୋର୍ଟରୁ ଜଣାପଡ଼ିଲା ଏମିତି…

ତେହରାନ,୧୨ା୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ପାରସ୍ୟ ଉପସାଗରର ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି। ଏହି ସମୟରେ ଅନୁମାନ ଆରମ୍ଭ ହୋଇଛି ଯେ, ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri