Categories: ମେଟ୍ରୋ

ଶିଖରଚଣ୍ଡୀ ପାହାଡରେ ନିଆଁ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଶିଖରଚଣ୍ଡୀ ପାହାଡ଼ରେ ରବିବାର ନିଆଁ ଲାଗିଛି। ପାହାଡ଼ର ଏକାଧିକ ସ୍ଥାନକୁ ନିଆଁ ବ୍ୟାପିଯିବାରୁ ଏହା ମଧ୍ୟରେ ଥିବା ଏକ ହାତୀ ପ୍ରାୟ ୮ ଘଣ୍ଟା ଫସି ରହିବା ଚର୍ଚ୍ଚାର ବିଷୟ ହୋଇଛି। ଶିଖରଚଣ୍ଡୀ ପାହାଡ ସିଲିକନ୍‌ ଭ୍ୟାଲିରେ କେହି ନିଆଁ ଲଗାଇ ଦେଇଥିଲେ। ନିକଟସ୍ଥ ଶିଖରଚଣ୍ଡୀ ପହାଡ଼ରେ ହାତୀ ଫସି ରହିଥିଲା। ନିଆଁକୁ ଆୟତ କରି ହାତୀକୁ ଉଦ୍ଧାର କରିବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଥିଲା। ସେହିପରି ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ରର ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭାଇବାକୁ ପ୍ରୟାସ କରାଯାଇଥିଲା। ରାତି ପ୍ରାୟ ୧୦ଟାବେଳେ ହାତୀଟି ଶିଖରଚଣ୍ଡି ମୁଣ୍ଡିଆ ଛାଡ଼ି ସ୍ବଇଚ୍ଛାରେ ଚାଲିଯିବାରୁ ବନ ବିଭାଗକୁ ଆସ୍ବସ୍ଥି ମିଳିଥିଲା। ସୂଚନା ଅନୁସାରେ, ରବିବାର ରାତିରେ ଏହି ହାତୀଟି ଚନ୍ଦକା ଜଙ୍ଗଲରୁ ଆସି ଶିଖରଚଣ୍ଡୀ ମୁଣ୍ଡିଆରେ ରହିଥିଲା। ପାହାଡ ନିକଟରେ କେହି ନିଆଁ ଲଗାଇଦେବାରୁ ଏହା ଜଙ୍ଗଲ ଆଡକୁ ବ୍ୟାପି ଯାଇଥିଲା। ହାତୀକୁ ଉଦ୍ଧାର ପାଇଁ ୩ଟି ଟିମ୍‌ ନିୟୋଜିତ ହୋଇଥିଲେ। ରାସ୍ତା ପାର୍ଶ୍ୱରୁ ନିଆଁ ଲିଭାଇ ଅପରାହ୍ନରେ ଅଗ୍ନିଶମ ଟିମ ଫେରି ଆସିଥିବା ଡେପୁଟି ଫାୟାର ଅଫିସର ଅବନି ସ୍ବାଇଁ କହିଛନ୍ତି।