Categories: ଜାତୀୟ

ଶତାବ୍ଦି ଏକ୍ସପ୍ରେସ୍‌ ପାର୍ସଲ ବଗିରେ ନିଆଁ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀରୁ ଲକ୍ଷ୍ନୌ ଯାଉଥିବା ଶତାବ୍ଦି ଏକ୍ସପ୍ରେସରକ ପାର୍ସଲ ବଗି ଜଳି ଯାଇଛି। ଗାଜିଆବାଦ ରେଳ ଷ୍ଟେଶନରେ ଛିଡ଼ା ହୋଇଥିବା ବେଳେ ଟ୍ରେନ୍‌ର ପାର୍ସଲ ବଗି ହଠାତ୍‌ ଜଳିବା ଆରମ୍ଭ କରିଥିଲା। ବଗିରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଭୟରେ ଦୌଡ଼ାଦୌଡ଼ି କରିଥିଲେ। ରେଳ ବିଭାଗ ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ନିଆଁ ଲିଭା କାର୍ଯ୍ୟ କରିଥିଲେ। ନିଆଁ ଲିଭିବା ପରେ ପୂର୍ବାହ୍ନ ୮ଟା ୨୦ରେ ଟ୍ରେନ୍‌ଟି ଗନ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିଥିବା ଷ୍ଟେଶନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିଭଳି ନିଆଁ ଲାଗିଲା ତାହାର ତଦନ୍ତ ଜାରି ରହିଛି।

Share