ବନାଗ୍ନି: ଓଡ଼ିଶା ଆଗରେ

ଭୁବନେଶ୍ୱର, ୨୮ା୭(ବ୍ୟୁରୋ):ଓଡ଼ିଶାରେ ବନାଗ୍ନି ବିପର୍ଯ୍ୟୟ ବଢୁଛି। ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍‌ (୭ମାସ) ମଧ୍ୟରେ ରାଜ୍ୟରେ ସର୍ବାଧିକ ଜଙ୍ଗଲ ପୋଡ଼ି ଦୃଷ୍ଟିଗୋଚର ହୋଇଛି। ଏହି ସମୟ ମଧ୍ୟରେ ଦେଶରେ ସମୁଦାୟ ୩ ଲକ୍ଷ ୪୫ ହଜାର ୯୮୯ଟି ବନାଗ୍ନି ଘଟଣା ତାଲିକାଭୁକ୍ତ ହୋଇଥିବାବେଳେ କେବଳ ଓଡ଼ିଶାରେ ୫୧ ହଜାର ୯୬୮ ଜଙ୍ଗଲ ବନାଗ୍ନି କବଳକୁ ଆସିଥିଲା। ଭାରତୀୟ ଜଙ୍ଗଲ ସର୍ଭେ (ଏଫ୍‌ଏସ୍‌ଆଇ) ଦ୍ୱାରା କରାଯାଇଥିବା ସାଟେଲାଇଟ ସର୍ଭେରୁ ଏହି ତଥ୍ୟ ଜଣାପଡ଼ିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ପାର୍ଲାମେଣ୍ଟରେ ଏହି ସୂଚନା ଦେଇଛନ୍ତି। ତେବେ ବନାଗ୍ନି କାରଣରୁ ମୋଟ କେତେ ଜଙ୍ଗଲ ନଷ୍ଟ ହୋଇଛି, ତାହା ଆକଳନ କରାଯାଇ ନ ଥିବା ମନ୍ତ୍ରୀ କହିଛନ୍ତି।
ବନାଗ୍ନି ଘଟଣାରେ ଓଡ଼ିଶା ପରେ ଦ୍ୱିତୀୟ ସ୍ଥାନରେ ରହିଛି ମଧ୍ୟପ୍ରଦେଶ। ଏଠାରେ ୪୭ ହଜାର ୭୯୫ ବନାଗ୍ନି ଘଟଣା ସାମ୍ନାକୁ ଆସିଛି। ସେହିପରି ଛତିଶଗଡ଼ରେ ୩୮ ହଜାର ୧୦୬, ମହାରାଷ୍ଟ୍ରରେ ୩୪ ହଜାର ୨୫, ଝାଡ଼ଖଣ୍ଡରେ ୨୧ ହଜାର ୭୧୩, ଉତ୍ତରାଖଣ୍ଡରେ ୨୧ ହଜାର ୪୮୭, ଆନ୍ଧ୍ରପ୍ରଦେଶରେ ୧୯ ହଜାର ୩୨୮, ତେଲଙ୍ଗାନାରେ ୧୮ ହଜାର ୨୩୭, ମିଜୋରାମରେ ୧୨ ହଜାର ୮୪୬, ଆସାମରେ ୧୦ ହଜାର ୭୧୮ ଏବଂ ମଣିପୁରର ୧୦ ହଜାର ୪୫୭ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିଲା। କେତେକ ସ୍ଥାନରେ ପ୍ରାକୃତିକ ଉପାୟରେ ନିଆଁ ଲାଗି ଥିବାବେଳେ ଅନ୍ୟ କେତେକ ସ୍ଥାନରେ ବିଡ଼ି, ସିଗାରେଟ ନିଅଁ। ବନାଗ୍ନିର କାରଣ ବୋଲି ଏଫ୍‌ଏସ୍‌ଆଇ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସାଟେଲାଇଟ ଆଧାରିତ ସ୍ବୟଂକ୍ରିୟ ଜଙ୍ଗଲ ନିଆଁ ତଦାରଖ ଓ ସତର୍କ ବ୍ୟବସ୍ଥା ମାଧ୍ୟମରେ ବନାଗ୍ନି ଉପରେ ନଜର ରଖିବା ଲାଗି ଏଫ୍‌ଏସଆଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ତଦନୁଯାୟୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିୟମିତ ଏସଏମ୍‌ଏସ ଜରିଆରେ ସୂଚନା ପ୍ରଦାନ କରାଯାଉଛି। ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ଲାଗି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥାଆନ୍ତି। ଜଙ୍ଗଲ ସୁରକ୍ଷା ଓ ପରିଚାଳନା ଦାୟିତ୍ୱ ଉଭୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର। ଏହାଛଡ଼ା ଜଙ୍ଗଲ ନିଆଁ ସମ୍ପର୍କରେ ଏଫ୍‌ଏସ୍‌ଆଇ ପକ୍ଷରୁ ପ୍ରତି ସପ୍ତାହରେ ଆଗୁଆ ସୂଚନା ଦିଆଯାଇଥାଏ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri