Categories: ଗଞ୍ଜାମ

ସୋରଡ଼ାରେ ଅଗ୍ନିକାଣ୍ଡ: ୪ ଗୁରୁତର

ସୋରଡ଼ା,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ବ୍ଲକ ଗେଞ୍ଜା ପଞ୍ଚାୟତ ବନ୍ଧାଗୋଛା ଗ୍ରାମରେ ସୋମବାର ସନ୍ଧ୍ୟାରେ ଅଗ୍ନିଗାଣ୍ଡ ଘଟିଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ସେଥିମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ସୋରଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ହେଲେ ଅଞ୍ଜଳି ନାୟକ (୫), ସୁଷମା ନାୟକ (୩୫)। ସେମାନଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ଛବି ଓ ଧୋବୁଣି ନାୟକଙ୍କ ଶରୀରର ୩୦ ପ୍ରତିଶତ ପୋଡ଼ିଯାଇଛି।
ସୂଚନାଯୋଗ୍ୟ, ସନ୍ଧ୍ୟାରେ ଛବି ନାୟକଙ୍କ ଘରେ ବିଦ୍ୟୁତ୍‌ ନଥିବା ବେଳେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ସୋରଡା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଗୁରୁତରଙ୍କୁ ପ୍ରଥମେ ସୋରଡା ମେଡିକାଲକୁ ନେଇଥିଲେ। ଘଟଣାସ୍ଥଳରେ ତହସିଲ ରାଜସ୍ବ ଅଧିକାରୀ ପହଞ୍ଚି କ୍ଷୟ କ୍ଷତି ଆକଳନ କରିଛନ୍ତି । ଦୀପ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।