ରାସ୍ତା କଡରେ ଜମାଥିବା କେମିକାଲରେ ଲାଗିଲା ନିଆଁ

ଫୁଲନଖରା,୨୫।୪:(ଡି. ଏନ୍‌. ଏ.): କଟକ ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥର ପାହାଳ ନିକଟରେ ରାସ୍ତା କଡରେ ଜମା ହୋଇଥିବା ତରଳ କେମିକାଲରେ ନିଆଁ ଲାଗି ପରିବେଶ ଧୂଆଁମୟ ହୋଇଥିଲା ।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ବିଶାଖାପାଟଣାରୁ ଏକ କେମିକାଲ ବୋଝଇ ଟ୍ୟାଙ୍କର କଲିକତା ଯାଉଥିବା ସମୟରେ ପାହାଳ ଥାନା ଅନ୍ତର୍ଗତ ହଂସପାଳଠାରେ ଟ୍ୟାଙ୍କରଟି ଲିକେଜ୍‌ ହୋଇଥିଲା। ପରେ ପାହାଳ ଥାନା ନିକଟରେ ଟ୍ୟାଙ୍କରରୁ କେମିକାଲ ଡ୍ରେନେଜ଼ କରାଯାଇଥିଲା । ସୋମବାର ଅପରାହ୍ନରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଆଖ ପାଖ ଅଞ୍ଚଳ ଧୂଆଁ ମୟ ହୋଇଥିଲା । ପ୍ରାୟ ୩ ଘଣ୍ଟା ଧରି କେମିକାଲ ଗୁଡିକ ଜଳିଥିଲା। ଫଳରେ ଜାତୀୟ ରାଜପଥରେ କଡରେ ଥିବା ମିଠା ଦୋକାନର ମାଲିକମାନେ ଭୟଭୀତ ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ବାଲିଅନ୍ତା ଅଗ୍ନିଶମ ବାହିନୀ ଓ କଳ୍ପନା ଅଗ୍ନିଶମ ବାହିନୀ ପହଞ୍ଚିି ନିଆଁ କୁ ଆୟତ୍ତ କରିଥିଲେ । ଏବଂ ପାହାଳ ଥାନା ଅଧିକାରୀ ଷ୍ଟାଲିନ ବିଶ୍ୱାଳ ପହଞ୍ଚି ଟ୍ରାଫିକ ସମସ୍ୟା ଦୂର କରିଥିଲେ ।