Categories: ଜାତୀୟ

ଚାର୍ଜିଂ ସମୟରେ ଇଲେକ୍ଟ୍ରିକ ସ୍କୁଟର ବ୍ୟାଟେରି ଫାଟି ୬ ମୃତ

ହାଇଦ୍ରାବାଦ,୧୩ ।୯: ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ସୋମବାର ରାତିରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଲଡିଂର ଗ୍ରାଉଣ୍ଡ ଫ୍ଲୋରରେ ଇଲେକ୍ଟ୍ରିକ ସ୍କୁଟର ଶୋ’ରୁମ ଥିଲା । ଏହାର ୪ ମହଲା ଉପରେ ଏକ ହୋଟେଲ ରହିଛି । ତେବେ ଇଲେକ୍ଟ୍ରିକ ସ୍କୁଟର ଚାର୍ଜ କରାଯିବା ବେଳେ ବ୍ୟାଟେରି ଫାଟି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଅଗ୍ନିକାଣ୍ଡ ସମୟରେ ଉପର ମହଲାରେ ୨୫-୩୦ ଜଣ ଫସି ଯାଇଥିଲେ ଓ ଅଗ୍ନିକାଣ୍ଡ ଯୋଗୁ ଜଣେ ମହିଳା ସମେତ ପ୍ରାୟ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହାସହ ଅଧା ଡଜନରୁ ଅଧିକ ଲୋକେ ଗୁରୁତର ଆହତ ବି ହୋଇଛନ୍ତି ।

Share