କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ଟିଟିଲାଗଡ଼,୫।୬(ଡି.ଏନ୍‌.ଏ.): ଟିଟିଲାଗଡ଼ ରେଳ ଷ୍ଟେଶନର ୫ନଂ. ପ୍ଲାଟଫର୍ମରେ ଅଟକି ରହିଥିବା ଏକ କୋଇଲା ବୋଝେଇ ମାଲ ଗାଡିର ୨ଟି ବଗିରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବିଭାଗର ଗୋଟିଏ ନିଆଁ ଲିଭାଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି କୋଇଲା ବୋଝେଇ ଗାଡିଟି ବିଶାଖାପାଟଣାରୁ ଝାରସୁଗୁଡା ଜିଲା ବୃନ୍ଦାମାଲ ଯାଉଥିଲା।