ଛତୁଆ ୟୁନିଟରେ ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ: ନିଆଁ ଲିଭାଇବାବେଳେ ଘଟିଲା…

ଦାରିଙ୍ଗବାଡି, ୩୦।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ନୀଳକନ୍ଦର ସାହିରେ ରହିଥିବା ଛତୁଆ ୟୁନିଟରେ ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏହି ନିଆଁ ଲାଗିଥିବା ସମୟରେ ଛତୁଆ ୟୁନିଟର ଦିତୀୟ ମହଲାରେ ଫସିଥିବା କିଛି ସରକାରୀ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଅଗ୍ନିବୀରମାନେ ଉଦ୍ଧାର କରିଛନ୍ତି।

କର୍ମଚାରୀମାନେ ଭଡା ସୂତ୍ରରେ ଘର ନେଇ ସେଠାରେ ରହୁଥିବା ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ମାନିନୀ ବିଶୋଇ କହିଛନ୍ତି। ୟୁନିଟର ଖାଲି ପ୍ଲାଷ୍ଟିକ ପ୍ୟାକେଟ ଗୁଡିକ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହା ସର୍ଟସର୍କିଟରୁ ନିଆଁ ଲାଗିଥିବା ୟୁନିଟର ପରିଚାଳକ ମନୋରମା ଦେହୁରୀ କହିଛନ୍ତି। ପ୍ରାୟ ୫ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଥିବାବେଳେ ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ଛତୁଆ ୟୁନିଟର କୌଣସି ଯନ୍ତ୍ରାଂଶ ନଷ୍ଟ ହୋଇନଥିବା ଓ ଗୋଦାମ ରେ ଗଛିତ ସାମଗ୍ରୀ ସବୁ ସୁରକ୍ଷିତ ଥିବା କୁହାଯାଇଛି।

ପ୍ରକାଶ ଯେ, ପବନ, ବର୍ଷା ସହ ବିଜୁଳି ଘଡଘଡି ହେଉଥିବାବେଳେ ବିଦ୍ୟୁତ ଖୁଣ୍ଟରୁ ନିଆଁ ବାହାରି ତଳେ ସିଡ଼ି ନିକଟରେ ରହିଥିବା ଖାଲି ପ୍ଲାଷ୍ଟିକ ପ୍ୟାକେଟରେ ପଡିଥିଲା ଓ ଚାହୁଁ ଚାହୁଁ ପ୍ଲାଷ୍ଟିକ ଗୁଡିକ ଜଳିବା ଆରମ୍ଭ ହୋଇ ନିଆଁ ଓ ଧୂଆଁ ଦ୍ୱିତୀୟ ମହଲା ପର୍ଯ୍ୟନ୍ତ ବ୍ୟାପିଥିଲା। ଦ୍ୱିତୀୟ ମହଲାରେ ରହିଥିବା ଭଡାଟିଆ ମାନଙ୍କୁ ଅଗ୍ନିବୀରମାନେ ବହୁ ଚେଷ୍ଟା କରି ଅନ୍ୟ ଘର ପଟୁ ସିଡ଼ି ପକାଇ ଉଦ୍ଧାର କରାଯାଇଥିଲା। ଏହି ସମୟରେ ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନ ସାମାନ୍ୟ ପୋଡି ହୋଇ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଛାଡିଦେଇଥିଲେ।
କୁହାଯାଉଛି, ଛତୁଆ ୟୁନିଟରେ ୩ଟି ଅଗ୍ନି ନିର୍ବାପକ ଯନ୍ତ୍ର ରହିଥିଲା। ନିଆଁ ଲାଗିବା କ୍ଷଣି ୟୁନିଟର କର୍ମଚାରୀ, ପରିଚାଳକଙ୍କ ଉପସ୍ଥିତି ବୁଦ୍ଧି ଓ ସାହସ ଜୁଟାଇ ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ୱାରା ନିଆକୁ ପ୍ରାଥମିକ ଭାବେ ଲିଭାଇବାକୁ ଉଦ୍ୟମ କରାଯାଇଥିଲା ତେଣୁ ନିଆଁର ପ୍ରଭାବ କିଛି ମାତ୍ରାରେ କମିଥିବା କୁହାଯାଇଛି।

 

Dharitri – Odisha’s No.1 Odia Daily

 

Share