ଆଲମିରା କାରଖାନାରେ ଅଗ୍ନିକାଣ୍ଡ

ବାସୁଦେବପୁର,୨୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ନିକଟ ଦେଉଳୀ ଛକଠାରେ ଥିବା ଏକ ଆଲମିରା ପ୍ରସ୍ତୁତ କାରଖାନାରେ ଶନିବାର ପୂର୍ବାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫୦ ଲକ୍ଷରୁ ଊର୍ଦ୍ଧ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଶର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖବରପାଇ ବାସୁଦେବପୁର ଅଗ୍ନିଶମ କର୍ମଚାରୀ, ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ସହ ପୋଲିସ ପହଞ୍ଚି ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।