Categories: ଜାତୀୟ

ବୟଲର ଫାଟିବାରୁ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ, ୯ମୃତ

ଅହମଦାବାଦ,୪।୧୧: ଗୁଜରାଟ ଅହମଦାବାଦରେ ଏକ କପଡ଼ା ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବୁଧବାର ନାନୁକାକା ଇଷ୍ଟେଟ ସ୍ଥିତ ଏକ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ ଘଟିବା ପରେ ବିଲଡିଂରେ ବିସ୍ଫୋରଣ ହେବାରୁ ଛାତଟି ଭୁଷୁଡ଼ିପଡ଼ିଥିଲା। ଯେଉଁଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୧୨ଟି ଦମକଳବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ରେସକ୍ୟୁ ଅପରେସନ୍‌ ଜାରି ରହିଛି। ଏବେ ବି ଭଗ୍ନାବଶେଷ ତଳେ କେତେକ ଲୋକ ଦବି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଆହତଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ ଗୋଦାମ ନିକଟରେ ଥିବା ଏକ ବୟଲରରେ ବ୍ଲାଷ୍ଟ ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ବୋଲି କୁହାଯାଉଛି।

Share