ମଶା ପାଇଁ ଲାଗିଧିଲା ନିଆଁ ଆଉ ଶେଷରେ ଜଳିଗଲା…..

ଭଣ୍ଡାରିପୋଖରୀ,୪।୧୦(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ପୁରିପଡା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର କୈଳାଶ ଚନ୍ଦ୍ର ରାଉତଙ୍କ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ୪ ଗୋରୁ ଜୀବନ୍ତ ଦଗ୍ଧ ହୋଇଛି। ଏହା ସହ ତାଙ୍କର ୩ ବଖରା ଘର ସମେତ ବିଭିନ୍ନ ଆସବାବପତ୍ର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଛି। ଗୁହାଳେ ମଶା ପାଇଁ ଦିଆଯାଇଥିବା ଧୂଆଁରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଖବରପାଇ ଭଣ୍ଡାରିପୋଖରୀ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।