ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ। ରାତିରେ ସମସ୍ତେ ସୋଇଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ସାହିର ରସା ନନ୍ଦ ବାରିକ, ବଳରାମ ବାରିକ, ଜଗନ୍ନାଥ ବାରିକ ଓ ଅଗଣି ଚରଣ ବାରିକଙ୍କ ଘର ଜଳି ଯାଇଛି। ଘରେ ଥିବା ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଲୁଗାପଟା, ଧାନ, ଚାଉଳ, ଟଙ୍କା ସୁନା ପୋଡି ପାଉଁଶ ହୋଇ ଯାଇଛ। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଖବର ପାଇ ବାସୁଦେବପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ବିଦ୍ୟୁତ ସର୍ଟ ସର୍କିଟ ରୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ଅପେକ୍ଷାରେ ମଞ୍ଜୁ: ଦୁର୍ଦ୍ଦିନରେ ବିତୁଛି ଜୀବନ

ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ପଞ୍ଚାୟତ ଭାଲିଆମୁଣ୍ଡା ବଳଦେବପୁର ବସ୍ତିରେ ରୁହନ୍ତି ମଞ୍ଜୁ ହୋତା(୬୦)। ବିଧବା ଭତ୍ତା ପାଇଁ ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିଥିଲେ ମଧ୍ୟ…

ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ପ୍ରକଳ୍ପ: ଲାଗିରହିଛି ଜଳ ସମସ୍ୟା

ଲୋଇସିଂହା,୧୧ା୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବଡଟୀକା ପଞ୍ଚାୟତ ବଡଟୀକା ସଦର ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଗ୍ରାମକୁ ମେଗା ପ୍ରକଳ୍ପ ଜରିଆରେ ପଇିବା…

ଆଦାନୀ ହାତକୁ ଯିବ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୧୧ା୩(ଶରତ ରାଉତ):ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ…

ଭାଷା ବନ୍ଦନା @ ଗୋଟେ ଟଙ୍କା, ଗୋଟେ ଘଣ୍ଟା

ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ମାଟି। ଆମ ସଂସ୍କୃତି ଯେମିତି ମହାପ୍ରଭୁଙ୍କୁ ନେଇ ଋଦ୍ଧିମନ୍ତ, ଭାଷା ବି ସେମିତି ବିକଶିତ ‘ଚକାଡୋଳା’କୁ ନେଇ। ଅର୍ଥାତ୍‌ ଆମର ପ୍ରାୟ ପ୍ରତ୍ୟେକ ଲିପି…

କନିଷ୍ଠ ଶିକ୍ଷକ ଚୟନ ପ୍ରାର୍ଥୀଙ୍କ ଧାରଣା

ଭୁବନେଶ୍ୱର,୧୧ା୩(ସୁଚିସ୍ମିତା ସାହୁ): ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ରାୟର ୫ ମାସ ପରେ ମଧ୍ୟ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କନିଷ୍ଠ ଶିକ୍ଷକ…

ଘଡ଼ଘଡ଼ି, ବିଜୁଳି ସହିତ ୩୦ରୁ ୪୦ କି.ମି. ବେଗରେ ବହିବ ପବନ: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୧ା୩ (ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପରିସରରୁ ଏକ ଟ୍ରଫ୍‌ ଲାଇନ୍‌ ଆଭ୍ୟନ୍ତରୀଣ ଓଡ଼ିଶା, ଛତିଶଗଡ଼ ଏବଂ ବିଦର୍ଭ ଦେଇ ୦.୯ କିଲୋମିଟର ଉଚ୍ଚତାରେ…

ଏହି ଦିନ ଆସିବ ପିଏମ୍‌ କିଷାନର ୨୨ତମ କିସ୍ତି

ନୂଆଦିଲ୍ଲୀ,୧୧ା୩(ପି.ଟି.):ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ)ର ୨୨ତମ କିସ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୩ ତାରିଖରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ଡିଜିଟାଲି ଟ୍ରାନ୍ସଫର କରିବେ। ୯.୩୨…

ରୋଷେଇ ଘରେ ଯୁଦ୍ଧ ଯନ୍ତ୍ରଣା

ନୂଆଦିଲ୍ଲୀ(ପି.ଟି./ଏଜେନ୍ସି)/ ଭୁବନେଶ୍ୱର(ରବିନାରାୟଣ ଜେନା),୧୧ା୩: ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲ୍‌ ପକ୍ଷରୁ ମିଳିତ ଆକ୍ରମଣ ଯୋଗୁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଜଳପଥ ଦେଇ ପ୍ରାକୃତିକ ବାଷ୍ପ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri