Categories: ଜାତୀୟ

ରାଜ୍ୟପାଳଙ୍କ ବୈଠକ ସମୟରେ ରାଜଭବନରେ ଲାଗିଲା ନିଆଁ

କୋଲକାତା,୨୩।୧: କୋଲକାତାର ରାଜଭବନର ତୃତୀୟ ମହଲାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ରାଜ୍ୟପାଳ ସିବି ଆନନ୍ଦ ବୋସ୍‌ଙ୍କ ବୈଠକ ସମୟରେ ରାଜଭବନରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ୟୁବଲାଇଟ୍‌ରେ ଶର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଘଟଣା ଘଟିବା ସମୟରେ ରାଜ୍ୟପାଳ ସିବି ଆନନ୍ଦ ବୋସ୍‌ ରାଜଭବନରେ ଏଡିଜିଙ୍କ ସହ ଏକ ବୈଠକ କରୁଥିଲେ। ରାଜବଭନ ଭଳି ସ୍ଥାନରେ ନିଆଁ ଲାଗିବା ପରେ କୋକୁଆଭୟ ଖେଳିଯାଇଛି। ଯଦି ନିଆଁ ଆହୁରି ବ୍ୟାପିଥାନ୍ତା ତେବେ ଏକ ବଡ଼ ଅଘଟଣ ଘଟିଥାନ୍ତା ବୋଲି ଆଶା କରାଯାଉଛି। ଅନ୍ୟପଟେ ଏଥିରେ କେହି ଆହତ ହୋଇନାହାନ୍ତି ବୋଲି ଅଗ୍ନିଶମ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି।

Share