Categories: ଜାତୀୟ

ମୁଣ୍ଡକାର ସେହି ଘରେ ଲାଗିଲା ନିଆଁ ଯେଉଁଠାରେ ୨୭ ଜଣଙ୍କ ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ,୧୬ ।୧: ରାଜଧାନୀ ଦିଲ୍ଲୀର ବାହାର ଜିଲା ମୁଣ୍ଡକା ଥାନା ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକ ବିଲଡିଂରେ ନିଆଁ ଲାଗିଯାଇଥିବା ଜଣାପଡିଛି । ନିଆଁ ଲାଗିଥିବା ଖବର ମିଳିବା ପରେ ଏହାକୁ ଲିଭାଇବାକୁ ୧୨ରୁ ଅଧିକ ଦମକଳ ଗାଡି ସେଠାରେ ପହଞ୍ଚିଥିଲା । ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା । ଫାୟାର ଡାଇରେକ୍ଟର ଅତୁଲ ଗର୍ଗ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ସନ୍ଧ୍ୟା ପ୍ରାୟ ୪ଟା ୪୫ର କଣ୍ଟ୍ରୋଲ ରୁମକୁ ଫୋନ ଆସିଥିଲା କି ବିଲଡିଂରେ ନିଆଁ ଲାଗିଯାଇଛି ।
ଏହାପରେ ୧୨ ଗାଡି ସହ ୩୦ ଦମକଳ କର୍ମଚାରୀ ନିଆଁ ଲିଭାଇବାକୁ ସେଠାରେ ପହଞ୍ଚିଥିଲେ । ନିଆଁ ମେଟ୍ରୋ ପିଲାର ନମ୍ବର ୫୪୬ ନିକଟରେ ଥିବା ବିଲଡିଂରେ ଲାଗିଥିଲା । ଏଠାରେ ଗତବର୍ଷ ବି ଭିଷଣ ନିଆଁ ଲାଗିବାରୁ ୨୭ଜଣଙ୍କ ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ । ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ ଜଳିଯାଇଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଡିଏନଏର ସାହାର ନେବାକୁ ପଡିଥିଲା ।

Share