କୋଠାରେ ଅଗ୍ନିକାଣ୍ଡ: ୧୦ ଜୀବନ୍ତ ଦଗ୍ଧ, ୯ ଆହତ

ବେଜିଂ,୨୫।୧୧: ଚାଇନାର ଜିନଜିଆଙ୍ଗ ଉଇଗରରେ ଏକ ବଡ ଦୁର୍ଘଟଣା ଘଟିଛି। ରାଜଧାନୀ ଉରୁମକିରେ ଥିବା ୨୧ ମହଲା ବିଶିଷ୍ଟ ଆବାସିକ କୋଠାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏହି ଦୁଃଖଦ ଦୁର୍ଘଟଣାରେ ୧୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଅନ୍ୟ ୯ଜଣ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share