ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ ଲାଗି ରବିବାର ବ୍ୟାପକ କ୍ଷତି ହୋଇଛି। ପାର୍ଶ୍ୱରେ ବିଶାଖାପାଟଣା-କିରାଣ୍ଡୁଳ ରେଳପଥ ରହିଥିବାରୁ ନନ୍ଦପୁର ବନପାଳ ଗୋପୀନାଥ ପାଙ୍ଗି ଓ ଅଗ୍ନିଶମ ବାହିନୀ ଏଏସ୍ଓଙ୍କ ନେତୃତ୍ୱାଧୀନ ଟିମ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।
ନିଆଁ ମନୁଷ୍ୟ କୃତ ଓ ଆମୋଦ ପ୍ରମୋଦ ପାଇଁ ଲଗାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଜଙ୍ଗଲକୁ ନିଆଁରୁ ରକ୍ଷା କରିବାକୁ ଲୋକଙ୍କୁ ସଚେତନ କରାଯାଉଥିଲେ ସୁଦ୍ଧା ସଚେତନ ନ ହୋଇ ଏଭଳି କରୁଥିବା ବନପାଳ କହିଛନ୍ତି। ଲୋକଙ୍କୁ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି।

