କଟକ,୧ା୬: ପ୍ରେସ୍ ଛକ ମାଛ ମାର୍କେଟ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମାଛ ମାର୍କେଟ ଜଳି ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ତେବେ ଏହି ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ପାଖରେ ଥିବା ବ୍ୟାଙ୍କରେ ମଧ୍ୟ ନିଆଁ ବ୍ୟାପିଯାଇଛି। ଲିଭାଇବାକୁ ଉଦ୍ୟମ ଜାରି ରହିଛି। ନିଆଁକୁ ଆୟତ୍ତ କରିବା ପାଇଁ ରୋବୋଟିକ୍ ମେଶିନର ବ୍ୟବହାର କରାଯାଉଛି। ଦୀର୍ଘ ୪ ଘଣ୍ଟା ଧରି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରିରହିଛି।