Categories: ଜାତୀୟ

ଅରୁଣାଚଳ ପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୭ଶହ ଦୋକାନ

ଗୁଆହାଟୀ, ୨୬ା୧୦: ଅରୁଣାଚଳ ପ୍ରଦେଶର ଇଟାନଗର ନିକଟ ନହରଲାଗୁନ୍‌ ମାର୍କେଟରେ ମଙ୍ଗଳବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ଶହରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପାଖରେ ପାଣି ଫିଲିଂ ଷ୍ଟେଶନ ନ ଥିବାରୁ ଶୀଘ୍ର ନିଆଁକୁ ଆୟତ୍ତ କରାଯାଇପାରି ନ ଥିଲା। ବିପନ୍ନ ତଥା କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ନିକଟରେ ଏକ ରିଲିଫ୍‌ କ୍ୟାମ୍ପ୍‌ କରାଯାଇଥିବା ଜଣାପଡ଼ିଛି।

Share