Categories: ଜାତୀୟ

ନିର୍ମାଣଧୀନ କୋଠାରେ ଲାଗିଲା ନିଆଁ

ମୁମ୍ବାଇ,୭।୨: ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାରେ ଅଗ୍ନିକାଣ୍ଡ ଘଟିଛି। ବିଲଡିଂରେ ନିଆଁ ଲାଗିବା ମାତ୍ରେ ଘଟଣାସ୍ଥଳରେ ୫ଟି ଅଗ୍ନିଶମ ଗାଡି ପହଞ୍ଚି ନିଆଁ ଲିଭାଉଛନ୍ତି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ। ଅନୁମାନ କରାଯାଉଛି ଯେ ସଟ ସର୍କିଟ ଯୋଗୁ ଏହି ଘଟଣା ଘଟିଥାଇପାରେ। ରବିବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ, ୨୦୧୭ରେ ମଧ୍ୟ ଏଠାରେ ଥିବାକମଲା ମିଲ୍ସ କମ୍ପାଉଣ୍ଡରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏହି ଭୟଙ୍କର ଅଗ୍ନିକାଣ୍ଡରେ ୧୫ ଜଣଙ୍କର ମୃତ୍ୟୁ ଘଟଥିଲା। ଦୁର୍ଘଟଣା ସମୟରେ ୫୦ ଜଣ ଲୋକ ଉପସ୍ଥିତ ଥିଲେ।

 

Share