ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ଅଗ୍ନିକାଣ୍ଡ, ସୋମବାର ରାତିରୁ ଜଳୁଛି…

ଭୁବନେଶ୍ୱର,୨୪।୨: ସୁପର ମାର୍ଟ ଲାଗିଛି ନିଆଁ । ସୋମବାର ରାତିରୁ ନିଆଁ ଲାଗିଥିବା ବେଳେ ମଙ୍ଗଳବାର ସକାଳ ସୁଧା ମଧ୍ୟ ନିଆଁ ଲାଗିଥିବା ନେଇ ଦେଖାଯାଇଛି । ଏବେ ବି ଜଳୁଛି ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟ ।

ଖବର ଅନୁସାରେ, ସୋମବାର ରାତି ପ୍ରାୟ ୧୦ଟାରୁ ସୁପରମାର୍ଟର ୩ୟ ମହଲାରେ ନିଆଁ ଲାଗିଛି । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଦୀର୍ଘ ଘଣ୍ଟା ପରେ ବି ହୁତୁ ହୁତୁ ହୋଇ ଜଳୁଛି ନିଆଁ । ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ନାକେଦମ୍ ହୋଇଯାଇଥିବା ଦେଖାଯାଇଛି ।  ୨ ଶହ ଫୁଟ ଉଚ୍ଚତାକୁ ଯାଇ ନିଆଁ ଲିଭାଇବାର କ୍ଷମତା ରଖୁଥିବା ହାଇଡ୍ରୋଲିକ୍ ପ୍ଲାଟଫର୍ମ ଲାଗିଥିଲେ ମଧ୍ୟ ସମ୍ଭବପର ହୋଇପାରୁ ନାହିଁ । ପୁରା ଅଞ୍ଚଳରେ କାଲି ରାତିରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଛି । ନିଆଁ ବ୍ୟାପିବାର ଆଶଙ୍କା ରହିଥିବା କାରଣରୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ହେବ ନିର୍ବାଚନ କମିଶନଙ୍କ ଜାତୀୟ ଗୋଲ ଟେବୁଲ ସମ୍ମିଳନୀ, ୧୯୯୯ରେ ଶେଷ ଥର ପାଇଁ ଅନୁଷ୍ଠିତ ହୋଇଥିଲା, ଜାଣନ୍ତୁ କ’ଣ ଏହାର ଉଦ୍ଦେଶ୍ୟ

ନୂଆଦିଲ୍ଲୀ,୨୪।୨: ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତର ନିର୍ବାଚନ କମିଶନ ଏକ ‘ଜାତୀୟ ଗୋଲଟେବୁଲ ସମ୍ମିଳନୀ’ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗୋଲଟେବୁଲରେ ସମସ୍ତ ରାଜ୍ୟ…

ଅଲୋଡ଼ା ଶିଶୁକନ୍ୟା, ପୁଡାପାଲି ବ୍ରିଜ୍ ତଳୁ ନବଜାତକର ମୃତଦେହ ଉଦ୍ଧାର

ବଲାଙ୍ଗୀର,୨୪।୨(ସୁନିଲ କୁମାର ମହାନ୍ତି): ମଙ୍ଗଳବାର ସକାଳେ ବଲାଙ୍ଗୀର-ପୁଡାପାଲି ନିବୃତ୍ତି ଯୋର ବ୍ରିଜ୍ ତଳୁ ଏକ ମୃତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ନବଜାତକକୁ କେହି…

‘Trump is a man of action, wait…’ଇରାନ ଲୋକଙ୍କ ପାଖକୁ ଆସିଲା ଏମିତି ମେସେଜ ହେଲାଣି ଉତ୍ତେଜନା

ତେହେରାନ,୨୪।୨: ସୋମବାର (୨୩ ଫେବୃଆରୀ, ୨୦୨୬) ଦିନ, ଇରାନର ହଜାର ହଜାର ଲୋକ ସେମାନଙ୍କ ମୋବାଇଲ ଫୋନରେ ଏକ ଅଜଣା ନମ୍ବରରୁ ପାର୍ସୀ ଭାଷାରେ ଏକ ବାର୍ତ୍ତା…

ମାତ୍ର ୧୬ ଦିନ ପରେ ରେକର୍ଡ ଭାଙ୍ଗିଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୨: ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶିମରନ ହେଟମେୟର ଟି-୨୦ ବିଶ୍ୱକପ୍‌ରେ ଏକ ଭିନ୍ନ ଶୈଳୀ ନଜର ଆସିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ସୁପର ୮ ମ୍ୟାଚ୍‌ରେ ଜିମ୍ବାୱେ ବିପକ୍ଷରେ…

ମୋଦିଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ଭୟ କରୁଛନ୍ତି ନେତାନ୍ୟାହୁ!

ଜେରୁଜେଲମ,୨୪।୨: ଇସ୍ରାଏଲୀ ସଂସଦ, ନେସେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାବଦ୍ଧ ଭାଷଣକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଇସ୍ରାଏଲୀ ବିରୋଧୀ ଦଳଗୁଡ଼ିକ ବୟକଟ ଧମକ ଦେଉଛନ୍ତି,…

ଭୟଙ୍କର ହତ୍ୟାକାଣ୍ଡ: ବଚସାରୁ ବାପାକୁ ହାଣିଲେ ପୁଅ, ଭଉଣୀ ସାମ୍ନାରେ ମୃତଦେହକୁ ଖଣ୍ଡଖଣ୍ଡ କଲେ

ଲକ୍ଷ୍ନୌ,୨୪।୨: ଉତ୍ତରପ୍ରଦେଶର ଆସିଆନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଆତଙ୍କ ସୃଷ୍ଟି କରିଛି। ଜଣେ ନିଖୋଜ ପାଥୋଲୋଜି ଅପରେଟରଙ୍କ ମୃତଦେହ ତାଙ୍କ…

ରାଜ୍ୟ ସଭା ନିର୍ବାଚନକୁ ନେଇ ଗୁମର ଖୋଲିଲେ ଅରୁଣ ସାହୁ: ଭାଜପା ନ ଯାଉ…

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ଭାଜପାର ଅଧିକ ଏମ୍‌ପି ରାଜ୍ୟ ସଭାକୁ ନ ଯାଆନ୍ତୁ। ଭାଜପାରୁ ଯେଉଁମାନେ ରାଜ୍ୟ ସଭା କିମ୍ବା ଲୋକ ସଭାକୁ ଯାଇଛନ୍ତି, ସେମାନଙ୍କ ଭିତରୁ ଜଣଙ୍କର…

ଭାରତ ନୁହେଁ ଏହି ଦେଶକୁ ଯାତ୍ରା କରିବେ ତାରିକ ରହମାନ! ପ୍ରଥମ ବିଦେଶ ଯାତ୍ରାକୁ ନେଇ ହେଲାଣି ଚର୍ଚ୍ଚା

ଢାକା,୨୪।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଖୁବ ଶୀଘ୍ର ତାଙ୍କର ପ୍ରଥମ ଅଣଆନୁଷ୍ଠାନିକ ବିଦେଶ ଗସ୍ତରେ ବାହାରିପାରନ୍ତି। ତଥାପି, ପରମ୍ପରାରୁ ବିମୁଖ ହୋଇ, ତାଙ୍କର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri