Categories: ଜାତୀୟ

ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ

କୋଲକାତା, ୧୨।୧୦-ଉତ୍ତର କୋଲକାତାର ଚିତ୍‌ପୁର ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗର ୧୦ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଚଳାଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଏହି ଅଘଟଣରେ କଣ ସବୁ କ୍ଷତି ହୋଇଛି ତାହାର ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Share