Categories: ଜାତୀୟ

ଏଲଆଇସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ମୁମ୍ବାଇ,୭।୫: ମୁମ୍ବାଇର ସାନ୍ତାକ୍ରୁଜରେ ଥିବା ଏଲଆଇସି କାର୍ଯ୍ୟାଳୟ ଭବନରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ତେବେ ଅଫିସରେ କୌଣସି କର୍ମଚାରୀ ନଥିବା କାରଣରୁ କୌଣସି ମୃତାହତ ହୋଇନଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଖବରପାଇ ଦମକଳ ବାହିନୀର ଆଠଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।
ଅଗ୍ନିଶମ ଅଧିକାରୀଙ୍କ କହିବାନୁଯାୟୀ, ଦ୍ୱିତୀୟ ମହଲାରେ ଥିବା ସାଲାରି ସେଭିଙ୍ଗ ୟୁନିଟରେ ନିଆଁ ଲାଗିଯାଇଥିଲା, ଯାହା ପରେ କମ୍ପ୍ୟୁଟର, ଫାଇଲ ରେକର୍ଡ, ସମସ୍ତ କାଠ ଆସବାବପତ୍ର ପୋଡ଼ି ହୋଇଯାଇଥିଲା ।

Share